• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣାରେ ୯ ଜଣଙ୍କ ମୃତଦେହକୁ କୁଜଙ୍ଗ ଚଉମୁହାଣି ଅଣାଯାଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ୭ ଜଣ ଶିଶୁ ଓ ୨ ଜଣ ମହିଳା। କୁଜଙ୍ଗ ମେଡିକାଲ୍‌ରେ ମୃତଦେହ ଗୁଡିକର ପୋଷ୍ଟମର୍ଟମ ହୋଇଛି। ଏହା ପରେ  ମୃତକଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ।

ସେପଟେ ଦୁର୍ଘଟଣାରେ ବର୍ତ୍ତି ଯାଇଥିବା ଲୋକଙ୍କୁ କୁଜଙ୍ଗ ମେଡିକାଲ୍‌ରେ ଚିକିତ୍ସା କରାଯାଉଛି। ପ୍ରାୟ ୪-୫ ଜଣଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଯାଇଛି। ତେବେ ହସ୍ପିଟାଲରେ ଆହୁରି ପ୍ରାୟ ୨୦ ଜଣଙ୍କ ଏବେବି ବି ଚିକିତ୍ସା ଚାଲିଛି।

ସେପଟେ ମୃତକଙ୍କ ଗାଁ ହସିନାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଆଉ କିଛି ସମୟ ପରେ ଗାଁରେ ମୃତକଙ୍କ ମରଶରୀର ପହଞ୍ଚିବ। ଗତକାଲି ରାତିରେ ଘଟିଥିଲା ଏହି ଦୁର୍ଘଟଣା। ପାଣି ଭିତରରୁ ସମସ୍ତ ମୃତଦେହ ଉଦ୍ଧାର କରାଯାଇଥିଲା।

ମୃତକମାନେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ହସିନା ଗାଁର। ଡଙ୍ଗାରେ ମୋଟ ୫୫ ଜଣ ଥିଲେ। ଏମାନେ ସମସ୍ତେ ପିକ୍‌ନିକ୍ ସାରି ହୁକିଟୋଲା ବତୀଘରରୁ ଫେରୁଥିବା ବେଳେ କେନ୍ଦ୍ରାପଡ଼ାର ନିପାଣିଆରେ ମହାନଦୀ ମୁହାଣରେ ଘଟିଥିଲା ଏହି ଅଘଟଣ।

କ୍ଷମତା ଠାରୁ ଡଙ୍ଗାରେ ଅଧିକ ଯାତ୍ରୀ ଥିବାରୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ଏବେବି ଆଉ ଜଣେ ୬ ବର୍ଷର ଝିଅ ନିଖୋଜ ଥିବା ଜଣାପଡ଼ିଛି। ନିଖୋଜଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଚାଲିଛି। ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ କୋଷ୍ଟଗାର୍ଡ ଟିମ୍ ଏଥିରେ ନିୟୋଜିତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି।

Kendrapara-boat-capsize-issue
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories