୯ ଜଣଙ୍କ ସଲିଳ ସମାଧି ପରେ ସ୍ତବ୍ଧ ଜଗତସିଂପୁର ହସିନା ଗାଁ

କେନ୍ଦ୍ରାପଡ଼ା : କାନ୍ଦ ବୋବାଳିରେ ଫାଟି ପଡୁଛି ହସ୍ପିଟାଲ୍ ପରିସର। ଆଉ ଏପଟେ ହସ ଲିଭିଯାଇଛି ହସିନା ଗାଁରୁ। ହୁକିଟୋଲା ବଣଭୋଜିକୁ ଯିବା ପୂର୍ବରୁ ଯେଉଁ ଗାଁ ଦାଣ୍ଡରେ କାଲି ସକାଳେ ହସ ଖୁସିର ଲହଡ଼ି ଭାଙ୍ଗୁଥିଲା, କୁନି କୁନି କୋଳାହଳରେ ଫାଟି ପଡୁଥିଲା ଘର ଅଗଣା, ସେ ଘର, ଗାଁ ଖୁଲିରେ ଆଜି ଶ୍ମଶାନର ନିରବତା।

ଗତକାଲି ହୁକୁଟେଲାର ସେ କାଳସଂଜ ଉଚ୍ଛନ୍ନ କରି ଦେଇଛି ହସିନା ଗାଁର ଅନେକଙ୍କ ସଂସାର। ନିଜର ଦୁଇ ଦୁଇଟି ଗେଲବସରର ପୁଅ-ଝିଅଙ୍କୁ ହରାଇ ଯେମିତି ପାଗଳ ପ୍ରାୟ ମଣ୍ଟୁ ସାହୁ। ଯେତେ ମନାକଲେ ବି ହୁକିଟେଲା ବୁଲିଯିବାକୁ ମାଆ ସହ ବାହାରିଥିଲେ।୧୪ ବର୍ଷର ଝିଅ ଓ ୧୦ ବର୍ଷର ଅଲିଅଳ ପୁଅ। ପତ୍ନୀ ସିନା ବଞ୍ଚିଗଲେ, ହେଲେ ଫେରିଲେନି ପୁଅ-ଝିଅ।

ସେଇ ଅମଙ୍ଗଳ କାଳ ଡଙ୍ଗାରେ ବି ବସିଥିଲେ ଶୁଭସ୍ମିତା। ହେଲେ ସୌଭାଗ୍ୟକୁ ଅନ୍ଧାର, ଅକାତ କାତ ପାଣି ଆଉ ମୃତ୍ୟୁ ସହ ଲଢ଼ି ଜୀବନ ବଞ୍ଚାଇବାକୁ ସକ୍ଷମ ହେଲେ। ଖାଲି ନିଜକୁ ନିଜେ ବଞ୍ଚେଇଲେନି, ସାହସ ଧରି, ପାରୁ ପର୍ଯ୍ୟନ୍ତ ଲାଗି ୮-୧୦ଜଣଙ୍କ ଜୀବନ ବି ବଞ୍ଚେଇଲେ।

ମହାକାଳପଡ଼ା ନିପାଣିଆ ଗାଁର ସେହି ସ୍ଥାନ ଯେଉଁଠି କାଲି ଘଟିଥିଲା ସେଇ ଭୟାନକ ଦୁର୍ଘଟଣା। ହଠାତ୍ ନଈକୂଳିଆ ନିସ୍ତବ୍ଧତା ଆଉ ଅନ୍ଧାର ଚିରି ଭାସି ଆସିଥିଲା ଆକୁଳ ଚିତ୍କାର। ସେତିକିବେଳେ ମୁହାଣ ମୁହଁରେ ମରଣ ଆଁରେ ଥିବା ଯାତ୍ରୀଙ୍କ ପାଇଁ ଦେବଦୂତ ସାଜିଥିଲେ ଦୁଇ ଭଉଣୀ ବବିତା ଗିରି ଓ ପୂର୍ଣ୍ଣିମା ଗିରି।

ହାଡ଼ଥରା ଜାଡ଼, ଅନ୍ଧାର ଆଉ ଜୁଆରିଆ ନଈକୁ ଖାତିର ନକରି, ଡେଇଁ ପଡ଼ିଥିଲେ ପାଣି ଭିତରକୁ। ଆଉ ଏ ଦୁଇ ଭଉଣୀଙ୍କ ପାଇଁ ଛୋଟ ଛୋଟ ପିଲାଙ୍କ ସମେତ ୧୦ରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିଯାଇଥିବା କୁହାଯାଉଛି।

ନିପାଣିଆ ଗାଁରୁ ଗତକାଲି ସକାଳ ପ୍ରାୟ ୯ଟା ବେଳେ ଛୋଟବଡ଼ ହୋଇ ପ୍ରାୟ ୫୦ରୁ ଅଧିକ ହୁକିଟେଲା ଯାଇଥିଲେ। ହେଲେ ସେମାନଙ୍କ ଭିତରୁ ଅଫେରା ଦୁନିଆକୁ ଚାଲିଯାଇଛନ୍ତି ୭ ଶିଶୁଙ୍କ ସହ ୯ଜଣ।

ଆହୁରି ପଢ଼ନ୍ତୁ

ନୋବୋଲ୍ ଶାନ୍ତି ପୁରସ୍କାର ସହ ରହିଛି ଓଡ଼ିଶାର ସମ୍ପର୍କ

୯ମାସର ଗର୍ଭବତୀ ୫ମିନିଟ୍‌ରେ ଦୌଡିଲେ ୧.୬କିମି, ଭିଡିଓ ଭାଇରାଲ୍‌

‘ବାପାଙ୍କ ସ୍ୱପ୍ନ ପ୍ରେରଣା ଯୋଗାଇଛି’

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

You might also like