• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ ପାଣି ଭିତରରୁ ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଓ ୨ ଜଣ ମହିଳା ଅଛନ୍ତି। ଆଉ ଜଣେ ୬ ବର୍ଷର ନାବାଳିକା ନିଖୋଜ ଥିବା ଜଣାପଡ଼ିଛି। ବାକି ୪୫ ଜଣ ସୁରକ୍ଷିତ ଅଛନ୍ତି। ଡଙ୍ଗାରେ ପାଖାପାଖି ୫୫ ଜଣ ଥିଲେ ବୋଲି ସୂଚନା ମିଳିଛି।

ଗତକାଲି ରାତି ୩ଟା ଯାଏ ଉଦ୍ଧାରକାର୍ଯ୍ୟ ଚାଲିଥିଲା।

ମୃତକମାନେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ହସିଣା ଗାଁର ବୋଲି ଜଣାପଡ଼ିଛି। ସମସ୍ତେ ପିକ୍‌ନିକ୍‌ ସାରି ହୁକିଟୋଲା ବତୀଘରରୁ ଫେରୁଥିବା ବେଳେ କେନ୍ଦ୍ରାପଡ଼ାର ନିପାଣିଆର ମହାନଦୀ ମୁହାଣରେ ଏହି ଅଘଟଣ ଘଟିଥିଲା। ଡଙ୍ଗାରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିବାରୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି।

ଖବର ମିଳିବା ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ପରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ କୋଷ୍ଟ୍‌ଗାର୍ଡ ଟିମ୍ ବି ଏଥିରେ ନିୟୋଜିତ ହୋଇଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ମୃତଦେହ ଗୁଡ଼ିକୁ ବନ ବିଭାଗର ଡଙ୍ଗାରେ ପ୍ରଥମେ ପାରାଦୀପ ନିକଟସ୍ଥ ଚଉମୁହାଣିକୁ ଅଣାଯିବ। ତା ପରେ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯିବ ବୋଲି ଜଣାପଡ଼ିଛି।

Kendrapara-boat-capsize-death-toll-reaches-9-one-person-still-goes-missing897
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories