ତିନି ମୁହାଣି ଗୁଳିକାଣ୍ଡ ଘଟଣାର ପ୍ରତିବାଦରେ କେନ୍ଦ୍ରାପଡ଼ାରେ ବନ୍ଦ ଡାକରା

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ସବୁ ରାଜନୈତିକ ଦଳଙ୍କ ଫୋକସ୍‌ରେ ଏବେ ପାଟକୁରା। ବିଜେଡି ପକ୍ଷରୁ ମଧ୍ୟ ହାଇଭୋଲଟେଜ୍ ପ୍ରଚାର ଚାଲିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ଗସ୍ତ କାର୍ଯ୍ୟକ୍ରମ ରହିଛି।

ଗୋଟିଏପଟେ ଆଜି ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲାରେ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ପାଟକୁରାକୁ ଛାଡ଼ି ଜିଲ୍ଲାର ଅନ୍ୟ ସମସ୍ତ ଅଞ୍ଚଳ ପାଇଁ ବନ୍ଦ ଡାକରା ଦିଆଯାଇଛି।

ତିନି ମୁହାଣିରେ ଗୁଳିକାଣ୍ଡ ଘଟଣାର ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ, କେନ୍ଦ୍ରାପଡ଼ା ବଣିକ ସଂଘ ଓ ତିନି ମୁହାଣି ପୂଜା କମିଟି ପକ୍ଷରୁ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀ କରି ବନ୍ଦ ଡାକରା ଦେଇଛନ୍ତି। ଧର୍ମରକ୍ଷା ସଂଘର ସଭାପତି ବାବୁଲି ବାରିକଙ୍କୁ ଗତ ୧୫ ତାରିଖରେ କିଛି ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ। ହେଲେ ଏହି ଘଟଣାରେ ଏପର୍ଯ୍ୟନ୍ତ ପୁଲିସ୍‌ ଅଭିଯୁକ୍ତ ମାନଙ୍କୁ ଗିରଫ କରିପାରିନାହିଁ।

You might also like