ଏଠି ପର୍ଯ୍ୟଟକଙ୍କୁ ଆସିବା ମନା: ପର୍ଯ୍ୟଟନ ଋତୁ ଶେଷ ପର୍ଯ୍ୟନ୍ତ ଲାଗିଲା କଟକଣା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ରାଜନଗର ପେଣ୍ଠ ସମୁଦ୍ର କୂଳକୁ ପର୍ଯ୍ୟଟକଙ୍କୁ ମନା ହୋଇଛି। ସମୁଦ୍ର କୂଳରେ ୧୪୪ ଧାରା ଜାରି କରି  ଜିଲ୍ଲା ପ୍ରଶାସନ ଏହି କଟକଣା ଲଗାଇଛି। ଗତ ୧୫ ଦିନ ମଧ୍ୟରେ ଏଠାରେ ଗାଧୋଇବା ବେଳେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି।

ନଭେମ୍ବର ୧ରେ ଯାଜପୁର ବରି ଗାଁର ଇଞ୍ଜିନିୟରିଂ ଛାତ୍ର ଗୌରବ ରଥ ଏବଂ ୧୫ରେ ଚନ୍ଦନନଗର ଗୋପ୍ତିରା ଗାଁର ଇଞ୍ଜିନୟର ସତ୍ୟ ବାଇ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ। ଆଉ ଏହା ପରେ ଏଠାରେ ୧୪୪ ଧାରା ଜାରି ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି ଜିଲ୍ଲା ପ୍ରଶାସନ। ପର୍ଯ୍ୟଟନ ଋତୁ ଶେଷ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ଅନ୍ୟପଟେ ସୋମବାର ବାଲେଶ୍ୱର  ନୀଳଗିରିର ୫ ଜଣ ବନ୍ଧୁ ସାଙ୍ଗହୋଇ ତ୍ରିବେଣୀ ଘାଟକୁ ଗାଧୋଇବାକୁ ଯାଇଥିବା ବେଳେ ସେଥିରେ ୩ ଜଣ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି

You might also like