• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita
  • ଭଙ୍ଗା ସ୍କୁଲ ଉପରେ କାହାର ନଜର ପଡ଼ୁନି 
  • ଜରାଜୀର୍ଣ୍ଣ ଅବସ୍ଥାରେ କେନ୍ଦ୍ରାପଡ଼ାର ବେଣୀପୁର ହାଇସ୍କୁଲ
  • ବନ୍ୟାକୁ ୭ ମାସ ବିତିଥିଲେବି ମରାମତି କରାଯାଉନଥିବା ଅଭିଯୋଗ

କେନ୍ଦ୍ରାପଡା(ମନୋଜ ସ୍ୱାଇଁ) : ନଦୀରେ ବନ୍ୟା ଆସି ଧୋଇ ହୋଇଗଲା । ଧନଜୀବନ ସବୁକିଛି ଛାରଖାର୍ ହୋଇଗଲା ।  ଏଭିତରେ ୭ ମାସ ବିତି ଯାଇଥିବା ବେଳେ ଏବେ ଧିରେ ଧିରେ ସ୍ୱାଭାବିକ ଜୀବନ ଜିଇଁବାକୁ ଚେଷ୍ଟା ଚଳାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ବେଣୀପୁରବାସୀ  । ହେଲେ ଗାଁରେ ଥିବା ସ୍କୁଲର ଅବସ୍ଥା ଯେମିତିକୁ ସେମିତି । ଭାଙ୍ଗିରୁଜି ଯାଇଥିବା ସ୍କୁଲଘର ଉପରେ ନା ସରକାରଙ୍କ ନଜର ଅଛି ନା ପ୍ରଶାସନ କୌଣସି ଦୃଷ୍ଟି ଦେଉଛି । ଏଭଳି ପରିସ୍ଥିତିରେ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହୋଇଥିବାବେଳେ ତୁରନ୍ତ ସ୍କୁଲ ମରାମତି ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।

ବନ୍ୟା ପାଣି ମାଡରେ ଭାଙ୍ଗିି ଯାଇଛି ସ୍କୁଲ ଘର । ଶ୍ରେଣୀଗୃହ ଭିତରେ ଗଦା ହହୋଇଛି କୁଢ଼ କୁଢ଼ ଆବର୍ଜନା । ଅଚଳ ହୋଇଛି କମ୍ପୁଟର ଓ ସାଇନ୍ସ ଲ୍ୟାବ । ଚଟାଣରେ ଲାଗିଥିବା ପଟୁ ମାଟି ଏବେ ବି ବନ୍ୟାର କାହାଣୀ ବଖାଣୁଛି  । ବନ୍ୟା ପରେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ବେଣୀପୁର ହାଇସ୍କୁଲ ଏଭଳି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ଗତ ବର୍ଷ ଅଗଷ୍ଟ ୨୮ ତାରିଖରେ ବିରୂପା ନଦୀରେ ବିରାଟ ଘାଇ ସୃଷ୍ଟି ହୋଇଥିଲା । ଘାଇ ମୁହଁରେ ଥିବା ବେଣୀପୁର ହାଇସ୍କୁଲ ବେଶ କ୍ଷତିଗ୍ରସ୍ତ ହୋଇଥିଲା ବନ୍ୟାକୁ ୭ ମାସ ବିତିଯାଇଥିଲେ ବି ସ୍କୁଲର ମରାମତି କି ପୁନଃଉଦ୍ଧାର ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନିଆଯାଇନି । ଶୀଘ୍ର ସ୍କୁଲ ଘର ମରାମତି କରି ପିଲାଙ୍କ ପାଠପଢା ଉପଯୋଗୀ କରିବାକୁ ଦାବି କରିଛନ୍ତି ଅଭିଭାବକ ।

ବେଣୀପୁର ହାଇସ୍କୁଲରେ ୫୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ଡେସ୍କ ବେଞ୍ଚ ନଥିବାରୁ ପିଲାମାନେ ଚଟାଣରେ ବସି ପାଠ ପଢୁଛନ୍ତି । ପାନୀୟ ଜଳ ଓ ଶୌଚାଳୟ ପରି ମୌଳିକ ସୁବିଧା ସୁଯୋଗ ମଧ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ଉପଲବ୍ଧ ହେଉ ନାହିଁ  । ବେଣୀପୁର ହାଇସ୍କୁଲ ପରିଦର୍ଶନ ପରେ ଯେଉଁ କିିଛି ଅସୁବିଧା ରହିଛି । ସେଗୁଡିକର ଖୁବ୍ ଶୀଘ୍ର ସମାଧାନ ହୋଇଯିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଶିକ୍ଷା ବ୍ୟବସ୍ଥା ପୁନର୍ବାର ଅଣ୍ଟା ସଳଖୁଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦେଖି ସ୍କୁଲ ଗୁଡିକରେ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଇବା ଜରୁରୀ ହୋଇପଡିଛି ।