OTVକୁ ଲିଗାଲ ନୋଟିସ୍ ପଠାଇଲେ ଅନୁଭବ ମହାନ୍ତି
ଭୁବନେଶ୍ୱର: ଓଟିଭିକୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଲିଗାଲ ନୋଟିସ୍। କୋଭିଡ୍ ଅଡିଓ ସିଡି ମାମଲାରେ ହାଇଟେକ୍, ସମ୍ ଓ କିମ୍ସ ମେଡିକାଲ କର୍ତ୍ତୃପକ୍ଷ କିଛି ଦିନ ତଳେ ଓଟିଭି ନାଁରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ। ଏହାପରେ ସାଂସଦ ଅନୁଭବ ମହାନ୍ତି ଓଟିଭିକୁ ଲିଗାଲ ନୋଟିସ୍ ପଠାଇଛନ୍ତି।
ଓଟିଭି ତାଙ୍କ ନାଁରେ ସତ୍ୟ ବିହୀନ, ଅମୂଳକ ଓ ଆପତ୍ତିଜନକ ଖବର ପ୍ରସାରଣ କରିଥିବା ଦର୍ଶାଇ ସେ ଏହି ଆଇନଗତ ପଦକ୍ଷେପ ନେଇଥିବା ଟୁଇଟ କରି ଜଣାଇଛନ୍ତି।
Press Rls on Legal Ntc to @otvnews @JagiPanda thru @ashwani_dube.@ANI @PTI_News @airnewsalerts @TOIBhubaneswar @ExpressOdisha@NandighoshaTv @Outlookindia @Sambad_English @OrissaPOSTLive @NEWS7Odia @Odisha_Sambad @OmmcomNews @News18Odia @MBCTVODISHA @DharitriLive1 @samajalive pic.twitter.com/p7WjuyrbD8
— Anubhav Mohanty (@AnubhavMohanty_) August 17, 2020
ସେହିପରି ତାଙ୍କ ପଦକ୍ଷେପର ଆଧାର ସଂପର୍କରେ ବି ଟୁଇଟ୍ରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ରାପଡ଼ାରେ ଓଟିଭି ପ୍ରତିନିଧି ମନୋଜ ସ୍ୱାଇଁଙ୍କୁ ଦୁର୍ବବ୍ୟବହାର ଓ ନିଜ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଉଠିଥିବା ବିବାଦ ସଂପର୍କିତ ଖବର ପ୍ରସାରଣ ଭଳି ଅନ୍ୟାନ୍ୟ ପ୍ରସଙ୍ଗ ସେ ଏଥିରେ ଉଲ୍ଲେଖ କରିଛନ୍ତି।
ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଖବର ଗତବର୍ଷ ନଭେମ୍ବର ୫ ତାରିଖରେ ପ୍ରସାରିତ ହୋଇଥିଲା। ଜାଲ୍ ସାର୍ଟିଫିକେଟ୍ ଖବର ଗତ ଫେବ୍ରୁଆରୀ ୨ ତାରିଖରେ ପ୍ରସାରିତ ହୋଇଥିଲା।