ନବୀନଙ୍କୁ ଭେଟିବା ପାଇଁ ୨୩ରେ ଭୁବନେଶ୍ୱର ଆସୁଛନ୍ତି କେସିଆର୍

କେସିଆର୍ ଓ ନବୀନଙ୍କ ସାକ୍ଷାତକୁ ନେଇ ଜୋର୍‌ଦାର୍‌ ଚର୍ଚ୍ଚା

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ଭୁବନେଶ୍ୱର ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ। ଏବଂ ନବୀନ ନିବାସରେ ସେ ରାତ୍ରିଯାପନ କରିବେ ବୋଲି କୁହାଯାଉଛି। କିନ୍ତୁ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ କିମ୍ବା କେସିଆର୍‌ଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ତେବେ କେସିଆର୍ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ହେବାକୁ ଥିବା ଏହି ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଜୋର୍‌ଦାର୍ ଚର୍ଚ୍ଚା ହେଉଛି। ଏପରିକି ଏହାକୁ ଅଣବିଜେପି ଓ ଅଣ-କଂଗ୍ରେସ ମେଣ୍ଟର ପ୍ରସ୍ତୁତି ବୋଲି କୁହାଯାଉଛି।

କେସିଆର୍ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ କୋଲକାତା ଯାଇ ମମତା ବାନାର୍ଜୀଙ୍କୁ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।  ତେବେ ଏହି ଘଟଣାକୁ ଦେଖିଲେ ଶକ୍ତିଶାଳୀ ଆଞ୍ଚଳିକ ଦଳଗୁଡ଼ିକ ୨୦୧୯ ପାଇଁ ଏକଜୁଟ ହେବାର ଏକ ସଂକେତ ମିଳୁଛି।

You might also like