ଟାଟା ଏସି ଗାଡ଼ି ଓଲଟି ୧୫ରୁ ଅଧିକ କାଉଡିଅା ଅାହତ

ଅାହତଙ୍କୁ ଅାସିକା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି

ଗଂଜାମ  : ଗଂଜାମ ଜିଲ୍ଲା ଅାସିକା ଢଉଗାଁ ଛକରେ ଦୁର୍ଘଟଣା। ଏକ ଟାଟା ଏସି ଗାଡ଼ି ଓଲଟି ପଡିବା ଫଳରେ ୧୫ରୁ ଅଧିକ କାଉଡିଅା ଅାହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଅାହତଙ୍କୁ ଅାସିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୫ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଏହି କାଉଡିଅା ମାନେ ପାଣି ଉଠାଇବା ପାଇଁ ଧରାକୋଟରୁ ଅାସିକା ଋଷିକୂଲ୍ୟା ନଦୀକୁ ଯାଉଥିଲେ।  ତେବେ ରାସ୍ତାରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।

 

You might also like