କରୋନା ସଂକ୍ରମଣରେ ଭୁବନେଶ୍ୱରକୁ ଟପିଗଲା ଯାଜପୁର, କଟିକଟା ରାଜ୍ୟର ନୂଆ ହଟସ୍ପଟ୍‌

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏହି ଜିଲ୍ଲାର କଟିକଟା ଅଞ୍ଚଳ ହୋଇଛି ରାଜ୍ୟର ନୂଆ ହଟସ୍ପଟ୍‌। ଏନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି।

ଯାଜପୁରରେ ଗତ କିଛି ଦିନ ଧରି ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଶେଷ କରି କଟିକଟା ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି। ସକାଳେ ୭ଟା, ଅପରାହ୍ଣରେ ଜଣଙ୍କୁ ମିଶାଇ ଦିନକରେ ୮ଜଣ ଚିହ୍ନଟ ହେଲେଣି। ସେଥିପାଇଁ ଏହି ଅଞ୍ଚଳକୁ ହଟ୍‌ସ୍ପଟ ଭାବେ ଚିତ୍ରଣ କରିଛନ୍ତି ସ୍ୱାସ୍ଥ୍ୟ ସଚିବ। ବର୍ତ୍ତମାନ ସୁଦ୍ଧା କଟିକଟାରେ ୨୧ ପଜିଟିଭ ଚିହ୍ନଟ ହେଲେଣି।

ପଶ୍ଚିମବଙ୍ଗରୁ ଫେରିଥିବା ୫ ଜଣଙ୍କ ଠାରୁ ସଂକ୍ରମଣ ହୋଇ ସଂଖ୍ୟା ବଢିଚାଲିଛି। ତେବେ କଟିକଟା ସଂକ୍ରମଣ ଲାଗି ସ୍ଥାନୀୟ ଲୋକଙ୍କ ଅସାବଧାନତାକୁ ଦାୟୀ କରାଯାଇଛି। ରାଜ୍ୟର ଯାଜପୁର, ଭଦ୍ରକ ଓ ବାଲେଶ୍ୱର ରେଡ୍ ଜୋନ୍‌ରେ ଅଛି। ତେବେ ଭୁବନେଶ୍ୱର ଏବେ ସୁରକ୍ଷିତ ରହିଛି। ଏଠାରେ ୧୫ ଦିନରେ ମାତ୍ର ଗୋଟିଏ ପଜିଟିଭ ଆସିଛି।

ତେବେ ରାଜ୍ୟରେ ଦ୍ରୁତଗତିରେ ସାମ୍ପଲ ଟେଷ୍ଟ କରାଯାଉଛି। ଆଗାମୀ ଦିନରେ ସାମ୍ପଲ ଟେଷ୍ଟକୁ ୧୦ ଗୁଣା ବଢାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି। ବର୍ତ୍ତମାନ ଯାଜପୁରରେ ସର୍ବାଧିକ ୪୮ ଜଣ ଓ ଖୋର୍ଦ୍ଧାରେ ୪୭ଜଣ ସଂକ୍ରମିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

You might also like