ଦବିଲା କାଠଯୋଡ଼ି ବ୍ରିଜ୍

କଟକ: ପଳାଶୁଣୀ ଓଭର ବ୍ରିଜ୍‌ ଦବିବାର ୩ ଦିନ ପରେ ଦବିଛି କାଠଯୋଡ଼ି ବ୍ରିଜ୍ । ଆଜି ସକାଳୁ ଲୋକେ କଟକ  ଲିଙ୍କରୋଡ୍-ଗୋପାଳପୁର ରାସ୍ତାରେ ଥିବା କାଠଯୋଡ଼ି ବ୍ରିଜ୍‌ ଦବି ଯାଇଥିବା ଦେଖିବାକୁ ପାଇଥିଲେ।

କଟକରୁ ଭୁବନେଶ୍ୱର ପଟୁ ଆସିବାବେଳେ  ବ୍ରିଜ୍‌ର ଆରମ୍ଭରୁ ସାମାନ୍ୟ ଦବିଯାଇଥିବା ଦେଖିବାକୁ ମିଳିଛି। ଏନେଇ ଲୋକେ ପ୍ରଶାସନକୁ ଖବର ଦେବାପରେ  NHAI ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦବିଥିବା ସ୍ଥାନକୁ କର୍ଡନ କରି ଯାଇଛି। ବର୍ତ୍ତମାନ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି।

ଖବର ପାଇ ଘଟଣାସ୍ଥଳରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ ଓ ଅନ୍ୟ କଂଗ୍ରେସ କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସୂଚନାଥାଉ କି, ଗତ ୨୫ ତାରିଖରେ ଭୁବନେଶ୍ୱର ଉପକଣ୍ଠ ପଳାଶୁଣୀ ଓଭରବ୍ରିଜ୍‌ ଦବି ଯାଇଥିଲା। ନିମ୍ନମାନର କାମ ହୋଇଥିବାରୁ ଏଭଳି ଅଘଟଣ ଘଟିଥିବା ଲୋକେ ଅଭିଯୋଗ କରିଥିଲେ।

You might also like