• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଚାନ୍ଦବାଲି: ବୀର ସହିଦଙ୍କୁ ଆଜି ସାରାଦେଶ ଝୁରୁଛି। ଯେଉଁ ଦେଶ ପାଇଁ ସେମାନେ ହସି ହସି ଜୀବନ ଦେଇ ଦେଲେ ସେମାନଙ୍କ ପାଇଁ ଆଜି କାନ୍ଦୁଛି ସେଇ ଦେଶର ମାଟି, ପାଣି, ପବନ। ଆମେ କହୁଛୁ କାର୍ଗିଲ୍‌ ଯୁଦ୍ଧରେ ସହିଦ ଯବାନଙ୍କ କଥା। ଏହି ସହିଦ ଯବାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପାଙ୍ଗୁଡ଼ା ଗାଁର ନିରଞ୍ଜନ ବେହେରା। ନିରଞ୍ଜନଙ୍କ ବୀରତ୍ୱ ପାଇଁ ଗାଁଠୁ ପରିବାର, ରାଜ୍ୟଠୁ ଦେଶ ସମସ୍ତେ ଝୁରୁଛନ୍ତି। ଲଢୁଆ ବାପାଙ୍କ ବୀରତ୍ୱର କଥା ଶୁଣି ତାଙ୍କ ପୁଅ ମଧ୍ୟ ଦେଶ ସେବା ପାଇଁ ମନ ବଳାଇଛନ୍ତି।

କାର୍ଗିଲ ଯୁଦ୍ଧରେ ନିରଞ୍ଜନ ସହିଦ ହେବା ପରେ ପାଙ୍ଗୁଡ଼ା ଗାଁରେ ତିଆରି ହୋଇଛି ଏକ ସ୍ମୃତି ସ୍ତମ୍ଭ। ଏହି ସ୍ତମ୍ଭକୁ ଦେଖିଲେ ମନେ ପଡ଼ିଯାଏ ତାଙ୍କ ବଳିଦାନର କଥା।  ଛାତି ଫୁଲି ଉଠେ ଗାଁ ଲୋକଙ୍କର। ଏପରି ଏକ ବୀର ସନ୍ତାନକୁ ପାଇ ଆମ ଗାଁ ମାଟି ଧନ୍ୟ ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି।

ଇତିମଧ୍ୟରେ ୨୦ବର୍ଷ ବିତିଗଲାଣି, ହେଲେ କେହି ଭୁଲି ପାରିନାହାନ୍ତି ନିରଞ୍ଜନଙ୍କୁ। ସ୍ୱାମୀଙ୍କ  ଫଟୋକୁ ଧରି ସେହି ପୁରୁଣା ସ୍ମୃତିକୁ ମନେ ପକାଉଛନ୍ତି ସହିଦ ନିରଞ୍ଜଙ୍କ ପତ୍ନୀ ସନ୍ଧ୍ୟାରାଣୀ। ଖାଲି ପତ୍ନୀ ନୁହଁନ୍ତି, ଗ୍ରାମବାସୀ ବି ନିରଞ୍ଜନଙ୍କ ସାହାସିକତାକୁ ଏଯାଏ ଭୁଲିପାରି ନାହାନ୍ତି। ୧୯୯୯ ମସିହା ଜୁଲାଇ ୨୪ତାରିଖରେ ସହିଦ ହୋଇଥିଲେ ନିରଞ୍ଜନ। ହେଲେ ସେତେବେଳେ ଛୋଟଥିବା ତାଙ୍କ ପୁଅ ଏବେ ବଡ଼ ହୋଇଗଲାଣି। ବାପାଙ୍କ ଭଳି ସେ ବି ମଧ୍ୟ ଦେଶ ପାଇଁ କିଛି କରି ଦେଖାଇବାର ମନୋବଳ ରଖିଛନ୍ତି।

ପାଙ୍ଗୁଡା ଗାଁର ଆକୁଳି ବେହେରା ଓ ମାଆ ଦୌପଦୀ ବେହେରାଙ୍କ ପୁଅ ହେଉଛନ୍ତି ନିରଞ୍ଜନ। ୧୯୭୧ ମେ ୧୩ରେ ନିରଞ୍ଜନ ଜନ୍ମଗ୍ରହଣ କରିଥିଲେ। ଭଦ୍ରକ କଲେଜରେ ଶିକ୍ଷା ପରେ ୧୯୯୮ମସିହାରେ ସେ ସେନାବାହିନୀରେ ଯୋଗ ଦେଇଥିଲେ। ଅତ୍ୟନ୍ତ ସାହସୀ ଥିବାରୁ ଗାଁ ଲୋକେ ମଧ୍ୟ ତାଙ୍କୁ ଶ୍ରଦ୍ଧା କରୁଥିଲେ। ଏବେ ବି ତାଙ୍କ ପ୍ରତି ଲୋକଙ୍କର ଶ୍ରଦ୍ଧା କମିନି। ତେବେ ନିରଞ୍ଜନଙ୍କ ସ୍ମୃତିପୀଠର ଅବ୍ୟବସ୍ଥାକୁ ସୁଧାରିବା ସହ ଏଠାରେ ତାଙ୍କ ନାମରେ ଏକ ପାର୍କ ନିର୍ମାଣ କରାଗଲେ ସହିଦଙ୍କ ପ୍ରତି ଅଧିକ ସମ୍ମାନ ହୁଅନ୍ତା ବୋଲି ଗ୍ରାମବାସୀ କହିଛନ୍ତି ।

https://youtu.be/5YBhfz9EHBk

Kargil-vijay-diwas-remembering-the-brave-hero-from-odisha-2
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories