କାରଗିଲ ବିଜୟ ଦିବସ; ଦେଶପାଇଁ ସହିଦ ହୋଇଥିଲେ ବୀର ଓଡ଼ିଆ ଯବାନ

ଭୁବନେଶ୍ୱର: ଆଜି କାର୍ଗିଲ ବିଜୟ ଦିବସ। ସାରା ଦେଶ ମନେ ପକାଉଛି ଭାରତୀୟ ସେନାଙ୍କ ବିଜୟ ଗାଥା। ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନୀ ସେନା ଉପରେ ବିଜୟଲାଭ କରି କାର୍ଗିଲରେ ତ୍ରିରଙ୍ଗା ଉଡ଼ାଇଥିଲା ଭାରତୀୟ ସେନା। ତେବେ ଏଥିପାଇଁ ୫୨୭ ଜଣ ବୀର ସୈନିକଙ୍କୁ ବଳିଦାନ ଦେବାକୁ ପଡ଼ିଥିଲା ଆଉ ଏଥିରେ ସହିଦ୍ ହୋଇଥିଲେ ଆମ ରାଜ୍ୟର ଅନେକ ଯବାନ।

କଟକ ନିଶ୍ଚିନ୍ତକୋଇଲିର ଗୋପୀନାଥ ମହାରଣା ହୁଅନ୍ତୁ କି ବାଲେଶ୍ୱରର ଗଙ୍ଗାରାମ କିମ୍ବା ଭଦ୍ରକର ନିରଞ୍ଜନ, ସେମାନଙ୍କୁ ଆଜି ବି ଝୁରୁଛନ୍ତି ତାଙ୍କ ପରିବାର ଆଉ ଝୁରୁଛି ଗାଁ ମାଟି।

କଟକ ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗାଁର ସହିଦ୍ ଗୋପୀନାଥ ମହାରଣା ମାତ୍ର ୨୩ ବର୍ଷ ବୟସରେ ୧୯୯୯ ମସିହା ମେ ୧୯ ତାରିଖରେ ଦେଶ ପାଇଁ ପ୍ରାଣବଳି ଦେଇଥିଲେ। ସେହିଦିନ ଠୁରା ସହିଦଙ୍କ ସ୍ମୃତି ମଣ୍ଡପରେ ପ୍ରତିଦିନ ତାଙ୍କ ମା ଝୁମୁରି ମହାରଣା ଆସି ପୁଅର ପ୍ରତିମୂର୍ତ୍ତିରେ ଧୂପ ଦେଇଥାନ୍ତି। ପ୍ରତିଦିନ ତାଙ୍କ ଆଖିରୁ ଦୁଇଟୋପା ଲୁହ ଝରିପଡ଼େ। ପୁଅର ଛାତି ଆଡ଼କୁ ଆଉଜି କଣ ସବୁ ମନେ ମନେ ଗୁମୁରି ହୁଅନ୍ତି। ଜଣେ ବୀର ସହିଦ୍‌ଙ୍କ ମା’ ଭାବେ ଯେତିକି ଗର୍ବ କରନ୍ତି, ମନେ ପଡ଼ିଲେ ନିଜର କୋହକୁ ସମ୍ବରଣ କରିପାରନ୍ତିନି।

ସେହିଭଳି ଆଉ ଜଣେ ସହିଦ୍ ହେଲେ ବାଲେଶ୍ୱର ଭୋଗରାଇ ହରିଡ଼ା ଗାଁର ଗଙ୍ଗାରାମ ଦାସ।  ପ୍ରତିବର୍ଷ ଆଜିର ଦିନରେ ଗଙ୍ଗାରାମ ସ୍ମୃତି କମିଟି ପକ୍ଷରୁ ସହିଦ୍ ଦିବସ ପାଳନ କରି ସ୍ମୃତିଚାରଣ କରାଯାଉଛି। ଏବର୍ଷ କରୋନା ପାଇଁ ଜାକଜମକରେ ନହେଲେ ବି ପରିବାର ଓ ଗାଁ ଲୋକ ଗଙ୍ଗାରାମଙ୍କ ଅଭୁଲା ବୀରତ୍ୱକୁ ମନେ ପକାଇଛନ୍ତି। ତେବେ ଗଙ୍ଗାରାମଙ୍କ ନାଁରେ ଗାଁର ମୁଖ୍ୟ ରାସ୍ତାକୁ ନାମିତ କରିବା ପାଇଁ ଦୀର୍ଘ ବର୍ଷ ଧରି ଗ୍ରାମବାସୀ ଦାବି କରି ଆସୁଥିଲେ ମଧ୍ୟ ଏଯାଏଁ ନହେବା ଦୁର୍ଭାଗ୍ୟର କଥା ବୋଲି ସେମାନେ କହିଛନ୍ତି।

ଦେଶ ପାଇଁ ପ୍ରାଣବଳି ଦେଇଥିବା ଆଉ ଜଣେ ସହିଦ୍ ହେଉଛନ୍ତି ଭଦ୍ରକ ଚାନ୍ଦବାଲି ବ୍ଲକ ପାଙ୍ଗୁଡ଼ା ଗାଁର ନିରଞ୍ଜନ ବେହେରା। କାର୍ଗିଲ ବିଜୟକୁ ଏହା ଭିତରେ ୨୧ ବର୍ଷ ବିତିଥିଲେ ମଧ୍ୟ ଏବେବି ନିରଞ୍ଜନଙ୍କୁ ଝୁରୁଛି ଗାଁ ମାଟି। ଆଉ ଝୁରୁଛନ୍ତି ସ୍ଥାନୀୟ ବାସିନ୍ଦା। ନିରଞ୍ଜନ ଦେଶ ପାଇଁ ଲଢ଼ି ସହିଦ୍ ହୋଇଥିବାରୁ ତାଙ୍କ ପାଇଁ ପାଙ୍ଗୁଡ଼ା ଗ୍ରାମବାସୀ ଓ ଅଞ୍ଚଳବାସୀ ଗର୍ବ ଅନୁଭବ କରନ୍ତି।

 

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like