• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

କରଞ୍ଜିଆ: (ଦୀପକ କୁମାର ମହନ୍ତ ) ହାତୀ ଉପଦ୍ରବ ପାଇଁ ହୀନସ୍ତା ହେଉଥିବା ଜନତା ଦେଲେ ନେତାଙ୍କୁ ଶିକ୍ଷା। ଲୋକଙ୍କ ଆକ୍ରୋଶର ପରିଣାମ ଭୋଗିବାକୁ ପଡ଼ିଲା ମୟୁରଭଞ୍ଜ କରଞ୍ଜିଆର ବିଜେଡି ବିଧାୟିକାଙ୍କୁ । ହାତୀ ଉତ୍ପାତରେ ଅତିଷ୍ଠ ଲୋକେ ବିଧାୟିକାଙ୍କୁ ୭ କିଲୋମିଟର ଚଲାଇ ନେଇ ଉଜୁଡ଼ା ଫସଲର ଚିତ୍ର ଦେଖାଇଲେ, କ୍ଷତିପୂରଣ ଦାବି କରି ହକ୍ ମାଗିଲେ। କେବଳ ବିଧାୟିକା ନୁହଁନ୍ତି, ବନ କର୍ମଚାରୀଙ୍କୁ ବି ଭୋଗିବାକୁ ପଡ଼ିଥିଲା ସମଦଶା। ତେବେ ସ୍ୱଇଚ୍ଛାରେ ଚାଲି ଚାଲି ଯାଇଥିବା ନେଇ ବିଧାୟିକା ସଫେଇ ଦେଇଥିବାବେଳେ ଏହି ଘଟଣା କିନ୍ତୁ ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ହୋଇଛି। 

ଲୋକଙ୍କ ସହ ଚାଲିବା ଏକ ନିଆରା ଖୁସି, ନିଆରା ଅନୁଭୂତି।  ସେ ଯଦି ଚାହିଁଥାନ୍ତେ, ଖସିପଳାଇଥାନ୍ତେ ନିଜ ଗାଡ଼ିରେ।  ତେବେ ଏମିତି କଣ ହେଲା ଯେ, ଜନତାଙ୍କ ପ୍ରତି ଏତେ ଦରଦ ଦେଖାଇଲେ ବିଧାୟିକା ? ସମୟ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା। ଦୀର୍ଘ ମାସ ଧରି କ୍ରମାଗତ ଭାବେ ହାତୀ ପଲ ମାଡ଼ି ଆସି ଫସଲ ନଷ୍ଟ କରୁଥିବାରୁ ଅତିଷ୍ଠ ହୋଇ ଆନ୍ଦୋଳନକୁ ଓହ୍ଲାଇଥିଲେ କରଞ୍ଜିଆ ବ୍ଲକ କାଦମୋଡ଼କ ବାସିନ୍ଦା। ୨୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି କ୍ଷତିିପୂରଣ ସହ ହାତୀ ଘଉଡ଼ାଇବାକୁ ଦାବି କରୁଥିଲେ।

ଠିକ୍ ଏହି ସମୟରେ ସେହି ରାସ୍ତାଦେଇ ଯାଉଥିଲେ କରଞ୍ଜିଆର ବିଜେଡି ବିଧାୟିକା ବାସନ୍ତୀ ହେମ୍ବ୍ରମ୍। ଆଉ ଏହି ମଉକା ଦେଇ ବିଧାୟିକାଙ୍କୁ ଘେରିଗଲେ ଆନ୍ଦୋଳନକାରୀ। ଆଉ ତାପରେ ୭ କିଲୋମିଟର ଦୂର ଯାଏଁ ଚଲାଇ ଚଲାଇ ନେଇ ହାତୀ ଉପଦ୍ରବରେ ଉଜୁଡ଼ିଯାଇଥିବା ପରିବା ଏବଂ ଶସ୍ୟ ଜାତୀୟ ଫସଲକୁ ଦେଖାଇଥିଲେ। ତାସହ କ୍ଷତିପୂରଣ ଦାବି କରିଥିଲେ। କେବଳ ବିଧାୟିକା ନୁହଁନ୍ତି ରେଞ୍ଜ ଅଧିକାରୀ ସରୋଜ ପଣ୍ଡା ଏବଂ ଏସିଏଫ୍ ଦିଗନ୍ତ ଶୋଭନ୍ ପାଲଙ୍କୁ ମଧ୍ୟ ଚଲାଇଥିଲେ ଉତ୍ତ୍ୟକ୍ତ ଲୋକେ।

ଦିନେ କି ଅଧେ ନୁହେଁ। ମାସେ କି ଦୁଇ ମାସ ନୁହଁ। ଆଜିକୁ ଦୀର୍ଘ ୫ ମାସ ହେଲା ପଡୋଶୀ ଝାଡ଼ଖଣ୍ଡର ହାତୀପଲ ମୟୁରଭଞ୍ଜ ଜିଲ୍ଲାରେ ଜାରି ରଖିଛନ୍ତି ଉପଦ୍ରବ। ଯଶୀପୁର ବ୍ଲକ କେଉଁଝରା ଗାଁରେ ହାତୀ ଆକ୍ରମଣରେ ଗତ ଜୁଲାଇରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଅକ୍ଟୋବରରେ ବଡ଼ ଗାଁ ପଞ୍ଚାୟତ ବାଟଗୌଡ଼ ଗାଁର ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ୨୦୧୯ରେ କରଞ୍ଜିଆ ବ୍ଲକ ବଳା ଚାଞ୍ଚବଣି ଗାଁରେ ପ୍ରାଣ ହରାଇଥିଲା ଜଣେ ନାବାଳିକା ଛାତ୍ରୀ।

କେବଳ ଜୀବନ ହାନୀ ନୁହେଁ, ତାଟ, କୁଂଜିଆ, ବିଉଁରିଆ, ନାକୁଡ଼ା ମତା ଆଦି ଗାଁରେ ହାତୀ ଉପଦ୍ରବରେ ଇତିମଧ୍ୟରେ ପ୍ରାୟ ୧୦ ଏକର ପରିବା ସହ ଶସ୍ୟଜାତୀୟ ଫସଲ ବି ନଷ୍ଟ ହୋଇସାରିଲାଣି । ଏପରିକି କାହା ଘରଦ୍ୱାର ଭାଙ୍ଗିଯାଇଛି ତ ଆଉ କାହା କଦଳୀ ବଗିଚା ଉଜୁଡ଼ିଯାଇଛି। ଶେଷରେ ଅତିଷ୍ଠ ହୋଇ ଆଜି ଦୁଧିଆଣି ରେଞ୍ଜ ଅଫିସ ଘେରାଉ ସହିତ ଜାତୀୟ ରାଜପଥ ଅବରୋଧ କରିଥିଲେ କ୍ଷତିଗ୍ରସ୍ତ ଲୋକେ। ଆନ୍ଦୋଳନବେଳେ ବିଧାୟିକା ପହଞ୍ଚିଯାଇଥିବାରୁ ତାଙ୍କୁ ଚଲାଇ ଚଲାଇ ନେଇ ଉଜୁଡ଼ା କ୍ଷେତକୁ ଦେଖାଇବା ସହ ହକ୍ ଦାବି କରିଥିଲେ ଲୋକେ।

Karanjia-elephant-problem
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories