ଶ୍ରାବଣ ସୋମବାର ପାଇଁ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ୱର: ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର। ରାଜ୍ୟର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ରାଜ୍ୟର ପ୍ରମୁଖ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି। ବଡ଼ି ଭୋର୍‌ରୁ ବିଭିନ୍ନ ସ୍ଥାନରେ ଦେବଦେବ ମହାଦେବଙ୍କ ଠାରେ  ଜଳଲାଗି କରି କାଉଡ଼ିଆମାନେ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ଓ ଜଳାଭିଷେକ ପାଇଁ ମନ୍ଦିରରେ ସାଜସଜ୍ଜା ସହ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସେହିପରି ପୁରୀ ଲୋକନାଥ ମନ୍ଦିର, ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, ଭଦ୍ରକ ଆଖଣ୍ଡଳମଣୀ ଆଦି ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଛି।

You might also like