• translate
Mihir Pattnayak

କଣ୍ଟାବାଞ୍ଜି:  ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅଧ୍ୟକ୍ଷା ଅନୁ ଭୂଏଙ୍କ ନାଁରେ ମିଥ୍ୟା ଭିଡିଓ ଭାଇରାଲ କରିବା ଅଭିଯୋଗରେ ବିଜେଡି ନେତା ଅଜୟ ଦାସ ଓ ସୀମାନିବାହାଲର ହୁଲେଶ୍ୱର ହଂସଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ବ୍ଲକ ଅଧ୍ୟକ୍ଷାଙ୍କ ଅଭିଯୋଗ ଅନୁସାରେ କଣ୍ଟାବାଞ୍ଜି  ଥାନାରେ ମାମଲା ରୁଜୁ ହୋଇଛି । ବ୍ଲକ ଅଧ୍ୟକ୍ଷା ଲାଞ୍ଚ ଓ ପିସି ନେଉଥିବା ନେଇ ଅଜୟ ଏବଂ ହୁଲେଶ୍ୱର ଗୋଟିଏ ଫେକ୍ ଭିଡିଓ ତିଆରି କରିଥିଲେ। ସେ ଜଣେ ଆଦିବାସୀ ମହିଳା ହୋଇଥିବାରୁ ତାଙ୍କୁ ହଇରାଣ ଓ ବଦନାମ କରିବା ଲାଗି ଏପରି କରାଯାଇଥିବା ଅନୁ ଥାନାରେ ଅଭିଯୋଗ କରିଥିଲେ । ତେବେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଜୟ।

Other Stories