ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ

ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକ ଗିରଫ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକା ଝିଅକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକ ଗିରଫ l ଗିରଫ ଯୁବକ ଜଣକ ହେଲେ ମୁରିବାହାଲ ଥାନା ସୁକୁନିପଦର ଗାଁର ଶୁକମଣି ଚିରାଗୁନ । କଣ୍ଟାବାଞ୍ଜି ଥାନା ଅଞ୍ଚଳରୁ ଗତ ୧୧ ତାରିଖ ରାତିରେ ନାବାଳିକା ଝିଅକୁ ଅପହରଣ କରି ନେଇଯାଇଥିଲା ଯୁବକ l

ପରିବାର ଲୋକେ ବହୁତ ଖୋଜାଖୋଜି କଲା ପରେ ନାବାଳିକାଙ୍କୁ ନପାଇ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ l ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ କଣ୍ଟାବାଞ୍ଜି ଏସଡିପିଓ ସରୋଜ କୁମାର ମହାପାତ୍ର ଏହାର ତଦନ୍ତ ଚଳାଇଥିଲେ । ଯୁବକର ଫୋନକୁ ଟ୍ରାକ କରି ନାବାଳିକାଙ୍କୁ ଉଦ୍ଧାର କରବା ସହି ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୋଲିସ । ଯୁବକଙ୍କୁ ଡାକ୍ତରୀ ମାଇନାପରେ କଣ୍ଟାବାଞ୍ଜି ପୋଲିସ କୋର୍ଟ ଚାଲାଣ କରିଛି ।

You might also like