ଧନୁଯାତ୍ରାରେ ଏବର୍ଷ ବଦଳିବେନି କଂସ

ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ଏବର୍ଷ ବଦଳିବେନି କଂସ। ଗତ ବର୍ଷ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ଏଥର ମଧ୍ୟ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧନୁଯାତ୍ରା କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ବୈଠକରେ ଏହି ପ୍ରସଙ୍ଗକୁ ନେଇ ଘମାଘୋଟ ଆଲୋଚନା ହୋଇଥିଲା। ନୂଆ କଂସ ଚୟନ କରିବାକୁ କିଛି କମିଟି ସଦସ୍ୟ ଯୁକ୍ତି ବାଢ଼ିଥିଲେ। କିନ୍ତୁ ଧନୁଯାତ୍ରା ପାଇଁ କମ୍ ସମୟ ଥିବାରୁ ନୂଆ କଂସ ଚୟନ କଲେ ଅସୁବିଧା ହେବ ବୋଲି ମତ ପ୍ରକାଶ ପାଇଥିଲା। ତେଣୁ ଏବର୍ଷ ଭୁବନେଶ୍ୱର ପ୍ରଧାନ ହିଁ କଂସ ଭୂମିକାରେ ଅଭିନୟ କରିବେ ବୋଲି ନିଷ୍ପତ୍ତି ହୋଇଛି।

ସୂଚନା ଥାଉକି, ଆସନ୍ତା ଜାନୁଆରୀ ୧୧ରୁ ୨୧ ତାରିଖ ପର୍ଯ୍ୟନ୍ତ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ।

You might also like