ମେଡିକାଲରୁ ଡିସ୍‌ଚାର୍ଜ ହେଲା ଲୋମଶ ଶିଶୁ କାହ୍ନା

କାହ୍ନା ସୁସ୍ଥ ରହିବା ସହ ସାଇକେଲ ଚଳାଇ ପାରୁଛି

ଗଞ୍ଜାମ : ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଗୟାଗଣ୍ଡା ଗ୍ରାମର ଲୋମଶ ଶିଶୁ କାହ୍ନା ଏମ୍‌କେସିଜି ମେଡିକାଲରୁ ଡିସ୍‌ଚାର୍ଜ ହୋଇଛି। ପ୍ରଥମ ପର୍ଯ୍ୟାୟ ପ୍ଲାଷ୍ଟିକ୍ ସର୍ଜରୀର ମାସେ ପରେ ତାକୁ ଡିସ୍‌ଚାର୍ଜ କରାଯାଇଛି।

କାହ୍ନା ମୁହଁର ବାମ ପାର୍ଶ୍ୱରେ ରହିଥିବା ଲୋମଶ ଚମଡ଼ା ଓ ଝୁଲି ରହିଥିବା ମାଂସ ପିଣ୍ଡୁଳାକୁ ଗତ ଜୁଲାଇ ୨୬ରେ ପ୍ଲାଷ୍ଟିକ୍ ସର୍ଜରୀ ଦ୍ୱାରା ବାହାର କରାଯାଇଥିଲା। କିନ୍ତୁ ଏବେବି କାହ୍ନାର ଛାତିରେ ମାଂସ ପିଣ୍ଡୁଳା ରହିଛି।

ଡିସ୍‌ଚାର୍ଜର ୧୫ ଦିନ ପରେ ଚେକ୍ଅପ୍ କରାଯିବ। ଅାଉ ୩ ମାସ ପରେ ପୁଣିଥରେ ଅପରେସନ୍ ହେବ। ଏବେ କାହ୍ନା ସୁସ୍ଥ ରହିବା ସହ ସାଇକେଲ ଚଳାଇ ଖେଳ କୁଦ କରିପାରୁଛି।

You might also like