ଚୋର ଧରିବାକୁ ଗାଁରେ ବୁଲିଲା ଖଟ

ନୟାଗଡ଼: ନୟାଗଡ଼ ଜିଲ୍ଲା ରାଜସୁନାଖଳା କୋଟଗଡ଼ ଗାଁରେ କଙ୍ଗାରୁ କୋର୍ଟ ହୋଇଥିବା ନେଇ ଅଭିଯୋଗ ହୋଇଛି।  ଚୋର ଧରିବାକୁ ଗାଁରେ ଖଟ ବୁଲିବା ସହ ଏକ ପରିବାର ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।  ଏଥିରେ ଦୁଇ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ରାଜସୁନାଖଳା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଅଭିଯୋଗ ଅନୁସାରେ, ଗତ ୧୮ ତାରିଖରେ ଗାଁର ଜଣଙ୍କ ଘରୁ ଲୁଟ୍ ହୋଇଥିଲା। ଏନେଇ ସେ ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରିଥିଲା। ପୁଲିସ୍‌ ଚୋରକୁ ଧରିବାରେ ବିଫଳ ହେବା ପରେ ତାନ୍ତ୍ରିକ ଡାକି ଚୋର ଧରିବାକୁ ନିଷ୍ପତ୍ତି ହୋଇଥିଲା। ଗତ  ସୋମବାର ଦିନ ଗୁଣିଆ ମାଧ୍ୟମରେ ଗାଁରେ ଖଟ ବୁଲିଥିଲା।  ଏଥିରେ ଜଣେ ମହିଳା ଧରାପଡ଼ିବା ପରେ ତାଙ୍କୁ ଗାଁ ଲୋକେ ମାଡ଼ ମାରିଥିଲେ। ଏନେଇ ମହିଳା ଜଣକ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ୍‌ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।  ଏହି ଘଟଣାରେ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

You might also like