• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରି ଭକ୍ତିରେ ଗଦ୍ ଗଦ୍ କଙ୍ଗନା
  • କହିଲେ ଦର୍ଶନର ଇଛା ପୂରଣ କରିଛନ୍ତି କାଳିଆ ଠାକୁର
  • ବିଶ୍ୱରେ ଶାନ୍ତି ଓ ସଦ୍ଭାବ ପ୍ରତିଷ୍ଠା ଆଣିବା ଲାଗି ଜଗା ନିକଟରେ ପ୍ରାର୍ଥନା

ପୁରୀ(ମଧୁସୂଦନ ମିଶ୍ର): ଜଗାଦର୍ଶନ କରି ବିଭୋର ହେଲେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍। ଶ୍ରୀକ୍ଷେତ୍ର ଆସି ଆଜି ସକାଳୁ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ। ମନରେ ବହୁ ଦିନରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଇଛା ଥିଲା, ତାହା ଆଜି ପୂରଣ ହୋଇଛି ବୋଲି ସେ କାଳିଆ ଦର୍ଶନ ପରେ କହିଛନ୍ତି।

ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ନିଜର ମନୋକାମନା ପୂରଣ କରିଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ। ଏବର୍ଷ କାଳିଆ ଠାକୁରଙ୍କୁ ଦର୍ଶନ କରିବେ ବୋଲି ମନରେ ଭାବିଥିଲେ ଓ ତାହା ପୂରଣ ହୋଇଛି ବୋଲି ଜଗା ଦର୍ଶନ ପରେ କହିଛନ୍ତି କଙ୍ଗନା। ଚଳିତ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ, ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କୁ ଦର୍ଶନ କରି ସେ ଏହି କାମନା କରିଛନ୍ତି। ଆଜି ସକାଳୁ ଶ୍ରୀକ୍ଷେତ୍ରରେ ପହଞ୍ଚି ସେ ଜଗା ଦର୍ଶନ କରି ବିଭୋର ହୋଇଯାଇଥିଲେ। ସିଂହଦ୍ୱାର, ବାଇଶି ପାହାଚ ଓ ସାତପାହାଚ ଦେଇ କଙ୍ଗନା ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ମଙ୍ଗଳ ଆଳତି ଦର୍ଶନ କରିବାର ସେ ସୌଭାଗ୍ୟ ଅର୍ଜନ ବି କରିଥିଲେ।

କଂଗନାଙ୍କୁ ସିଂହଦ୍ୱାର ନିକଟରେ ସ୍ୱାଗତ କରିଥିଲେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ। ଶ୍ରୀମନ୍ଦିର ଭିତରେ କଙ୍ଗନା ପ୍ରଥମେ ଶ୍ରୀଗଣେଶ, ସତ୍ୟନାରାୟଣ, କଳ୍ପବଟ, ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ। ଏହାପରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ବାହାରକୁ ଆସି ନୀଳଚକ୍ରଙ୍କୁ ଦର୍ଶନ କରି ସିଂହଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ। ଏହି ଅବସରରେ ସିଂହାରୀ ସେବାୟତ ତାଙ୍କୁ ମହାପ୍ରଭୁଙ୍କ କରପଲମ, ଫଟୋ ଓ ମହାପ୍ରସାଦ ପ୍ରଦାନ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ତାଙ୍କୁ ଉପହାର ଦିଆଯାଇଥିଲା। ଆଉ ଓ୍ୱାଇ କାଟାଗୋରୀ ସୁରକ୍ଷା ମିଳିଥିବାରୁ କଂଗନାଙ୍କ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା

Kangana-ranaut-pays-obeisance-to-lord-jagannath-at-puri-srimandir
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories