ହାତରେ କଟର ଧରି ଗଞ୍ଜେଇ ଗଛ ନଷ୍ଟ କଲେ କନ୍ଧମାଳ ଏସ୍‌ପି

ଫୁଲବାଣୀ(ତ୍ରିନାଥ ସାହୁ): ହାତରେ କଟର ଧରି ଗଞ୍ଜେଇ ଗଛ ନଷ୍ଟ କଲେ କନ୍ଧମାଳ ଏସ୍‌ପି। ଗତକାଲି କନ୍ଧମାଳ ଏସ୍‌ପି ଭୀନିତ ଅଗ୍ରୱାଲ ଖୋଦ୍ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି।

ଗତକାଲି କନ୍ଧମାଳ ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ଫିରିଙ୍ଗିଆ ଥାନା ଅନ୍ତର୍ଗତ ମୋତିଙ୍ଗିଆ ଗାଁ ଜଙ୍ଗଲରେ ଚଢ଼ଉ ହୋଇଥିଲା। ଏହାପରେ ୧୩୦ ଏକର ଜାଗାରୁ ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।

ଏସ୍‌ପି ନିଜେ କଟର ଧରି ଗଛକୁ ନଷ୍ଟ କରିବା ସହ ଆଖପାଖ ଅଞ୍ଚଳରେ ଚଢ଼ଉ କରିଥିଲେ। ଏହି ଅପରେସନ୍‌ରେ ୨ ପ୍ଲାଟୁନ୍ ପୋଲିସ୍‌ ଫୋର୍ସ, ଅବକାରୀ ବିଭାଗର ଅଧିକାରୀ ପ୍ରମୁଖ ସାମିଲ ଥିଲେ।

You might also like