କାନାଡ଼ା ଝିଅ ଏବେ କୁଜଙ୍ଗ ବୋହୂ

ପ୍ରେମ ଲାଗି ପାର୍‌ ହେଲେ ସାତ ଦରିଆ

କୁଜଙ୍ଗ:  ଜଗତସିଂପୁର ଜିଲା କୁଜଙ୍ଗରେ ଥିବା ଏକ ବିବାହ ମଣ୍ଡପରେ ହିନ୍ଦୁ ରୀତିନୀତି ଅନୁଯାୟୀ ମଙ୍ଗଳବାର ଏକ ବିବାହ ସମ୍ପନ୍ନ ହୋଇଥିଲା। ବେଦୀ ଉପରେ ବସିଥିଲେ ବରକନ୍ୟା। ମନ୍ତ୍ରପାଠ, ହୋମଯଜ୍ଞ ମଧ୍ୟରେ ପଡିଥିଲା ହାତଗଣ୍ଠି। ଉଭୟ ପରିବାର, ସମ୍ପର୍କୀୟ, ବନ୍ଧୁ ପରିଜନଙ୍କ ଉପସ୍ଥିତିରେ କନ୍ୟାଦାନ ହୋଇଥିଲା। ବିବାହ ରୀତିନୀତି ସମ୍ପନ୍ନ ପରେ କାନାଡା ଝିଅ ହୋଇ ଯାଇଛନ୍ତି କୁଜଙ୍ଗ ବୋହୂ।

ସିନ୍ଥିରେ ସିନ୍ଦୁର ଆଉ ହାତରେ ଚୁଡି ପିନ୍ଧି ବିଦେଶିନୀଜଣକ ପାଲଟିଗଲେ ଖାଣ୍ଟି ଓଡିଆଣୀ। ସଂପୂର୍ଣ୍ଣ ବୈଦିକ ରୀତିନୀତିରେ କାନାଡା ଝିଅ ହେଲିନାଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ କୋଠି ଗାଁର ଲି ନନ୍ଦ। ସାତ ଦରିଆ ପାର୍ ହୋଇ ନିଜ ମନର ମଣିଷକୁ ବିବାହ କରି ବେଶ୍‌  ଖୁସି ଦେଖା ଯାଉଥିଲେ ହେଲିନା । ସେପଟେ ନିଜ ଗାଁ ମାଟିରେ ବାଜା ବାଣ, ଭୋଜି ସହ ବୈଦିକ ରୀତିନୀତିରେ ହେଲିନାକୁ ସାତ  ଜନ୍ମର ସାଥୀ କରି ଲି ନନ୍ଦ ବି କିଛି କମ୍‌ ଖୁସି  ନ ଥିଲେ।

ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ହୃଷିକେଶ ନନ୍ଦଙ୍କ ବଡ ପୁଅ ହେଉଛନ୍ତି ଲି। ଉଚ୍ଚ ଶିକ୍ଷା ପରେ କାନାଡାରେ ଚାକିରୀ କରୁଥିଲେ। ତିନି ବର୍ଷ ତଳେ କାନାଡାର ଏକ କଫି ସପ୍‌ରେ ଲି ଓ ହେଲିନାଙ୍କ ମଧ୍ୟରେ ହୋଇଥିଲା ପ୍ରଥମ ସାକ୍ଷାତ। ପ୍ରଥମେ ପରିଚୟ, ତାପରେ ବନ୍ଧୁତା ଓ ପରେ ଉଭୟେ ଉଭୟଙ୍କ ପ୍ରେମରେ ପଡିଥିଲେ। ତେବେ ବ୍ରାହ୍ମଣ ପରିବାର ହୋଇଥିଲେ ବି ଲିଙ୍କ ପରିବାର ଲୋକେ ଏହି ବାହାଘର ପାଇଁ ରାଜି ହୋଇଥିଲେ।

କାନାଡାରୁ କନ୍ୟାଦାନ କରିବାକୁ ଆସିଥିଲେ ହେଲିନାଙ୍କ ବାପା, ମା’ , ଭାଇ ଏବଂ ବନ୍ଧୁବାନ୍ଧବ।ଏହି ବିବାହକୁ ନେଇ ଉଭୟ ପରିବାର ଖୁସି ଥିବା କହିଛନ୍ତି। ସେପଟେ ହେଲିନାଙ୍କ ନୂଆ ପରିବାର ଏବେ ତାଙ୍କୁ ଓଡିଆ ଭାଷା ଶିଖିବାରେ ସାହାଯ୍ୟ କରୁଛି ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like