ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିଲା ; ୩ଜଣ ଗିରଫ

ଚୌଦ୍ୱାର : କଟକ ଚୌଦ୍ୱାର କମାଙ୍ଗ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୁଲିସ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି।

ହତ୍ୟାକାଣ୍ଡରେ ସଂପୃକ୍ତ ୩ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆ  ଓ ବାଇକକୁ ପୁଲିସ ଜବତ କରିଛି।

ଗତ ୨୪ ତାରିଖରେ ବିଭିଷଣ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ସହ  ହତ୍ୟାକାରୀଙ୍କ ଗଣ୍ଡଗୋଳ ହୋଇଥିଲା। ଅଭିଯୁକ୍ତ ଡମ୍ବରୁଧର ହେସା, ଦିନେଶ ବରୁଆ ଏବଂ ବବି ମଲ୍ଲିକ କାଠ ଫାଳିଆରେ ପିଟିପିଟି ବିଭିଷଣ ସିଂହଙ୍କୁ ହତ୍ୟା କରିଥିବା ପୁଲିସ କହିଛି।

You might also like