୧୮ ବର୍ଷ ପରେ ବି ହୋଇପାରିନି କ୍ଷତିଗ୍ରସ୍ତଙ୍କ ସମସ୍ୟାର ସମାଧାନ

ଭିଟାମାଟି ଛାଡ଼ିବାକୁ ନାରାଜ ବୁଡ଼ି ଅଞ୍ଚଳ କାଲିମାଟି ବାସିନ୍ଦା

ନୂଆପଡ଼ା: ତିନି ପଟେ ପାଣି ,ମଝିରେ ଗାଁ। ଅନେକ ଘରେ ପାଣି ପଶିଯାଇଛି। ନୂଆପଡ଼ା ଜିଲ୍ଲା ନିର୍ମାଣାଧିନ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ସମ୍ପୂର୍ଣ୍ଣ ବୁଡ଼ିଯାଇଛି କାଲିମାଟି ଗାଁ । ଗାଁର ବିସ୍ଥାପିତ ଲୋକଙ୍କୁ ଏ ଯାଏଁ ମିଳିନି କ୍ଷତିପୂରଣ, ଏଣେ ଲୋକେ ଗାଁ ଛାଡ଼ିପାରୁନାହାଁନ୍ତି କି ରହି ବି ପାରୁନାହାଁନ୍ତି।

ଗାଁ ଛାଡିଲେ କ୍ଷତିପୂରଣ ମିଳିବ ନାହିଁ ବୋଲ ଭୟ ରହିଛି। ତେଣୁ କାଲିମାଟି ଗାଁଠାରୁ କିଛି ଦୂରରେ ଏକ ନୂତନ ଗାଁ ତିଆରି କରି ବସବାସ କରୁଛନ୍ତି ଲୋକେ। ଏବେ ବି ଲୋକେ ଲାଗିପଡିଛନ୍ତି ରାସ୍ତା ଓ ଘର ନିର୍ମାଣ କାମରେ।

ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପରେ ୧୦ଟି ଗାଁ ସମ୍ପୂର୍ଣ୍ଣ ବୁଡିଯାଇଥିଲା। ଏବେ ବି ୨୧ଟି ଗାଁ ଆଂଶିକ ବୁଡିଯାଇଛି। ପ୍ରକଳ୍ପ ଦ୍ୱାରା ସର୍ବମୋଟ୍ ୪ହଜାର ୮୬୫ ଜଣ ଲୋକ ପ୍ରଭାବିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ହଜାର ୫୬୭ ଜଣ ଲୋକଙ୍କୁ ସରକାରୀ ଭାବେ ଥଇଥାନ କରାଯାଇଛି। ଏବେ ବି ୧୨ଶହ ୯୮ ଜଣ ଲୋକଙ୍କୁ କ୍ଷତିପୂରଣ ମିଳିନି। ଯେପର୍ଯ୍ୟନ୍ତ  କ୍ଷତିପୂରଣ ନ ମିଳିଛି ଲୋକେ ଗାଁ ଛାଡିବେ ନାହିଁ ବୋଲି କହିଛନ୍ତି। ସେପଟେ ସମସ୍ୟା ସମ୍ପର୍କରେ ବିଚାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ନୂଆ ଠିକଣାରେ ଘର କରି ୭୦ ପରିବାର ଲୋକେ ବସବାସ କରିଛନ୍ତି ସତ ହେଲେ ସେମାନଙ୍କ ଭିଟାମାଟିର କ୍ଷତିପୂରଣ ସହ ସରକାରୀ ସହାୟତାକୁ ଅନାଇ ବସିଛନ୍ତି।

You might also like