ଚିତ୍ରକୋଣ୍ଡାର ୧୮ଟି ପଞ୍ଚାୟତରେ କାଳିଆ ଯୋଜନା ଆରମ୍ଭ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରାକୋଣ୍ଡା ପଂଚାୟତ ସମିତିର ୧୮ଟି ପଂଚାୟତରେ ଆରମ୍ଭ ହୋଇଛି କାଳିଆ ଯୋଜନା। ଚଳିତମାସ ୨ ତାରିଖରୁ ଏହି ପର୍ଯ୍ୟାୟ ଆରମ୍ଭ ହୋଇଛି।

ପ୍ରତ୍ୟେକ ପଂଚାୟତ କାର୍ଯ୍ୟାଳୟରେ ଆବେଦନ ପତ୍ର ସଂଗ୍ରହ କରି କୃଷକମାନେ ଆବେଦନ କରିଛନ୍ତି। ରାଜ୍ୟସରକାରଙ୍କ କାଳିଆ ଯୋଜନାରେ କୃଷକମାନେ ଅନ୍ତର୍ଭୁକ୍ତ ହେବା ସହ ବିନା ସୁଧରେ ଚାଷ ପାଇଁ ଋଣ ବି ମିଳିବ।

ଏଥିସହ ବଡ଼ପଡାରେ ଆଜିପର୍ଯ୍ୟନ୍ତ ୨୨୫ଟି ଚାଷୀ ଚିହ୍ନଟ ହୋଇଥିବା କହିଛନ୍ତି ଭିଏଡବ୍ଲୁ ଲିଙ୍ଗରାଜ ଭୂମିଆ।

You might also like