ପୁରୀରେ ‘କାଳିଆ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀ : ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଆଜି ପୁରୀରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।

ଆଜି ପୁରୀ ମାଳତିପାଟପୁର ନିକଟ ରାହାଙ୍ଗିରିଆ ଠାରେ ଆୟୋଜିତ ଚାଷୀ ମହାସମାବେଶରେ ନବୀନ ଯୋଜନାର ଶୁଭାରମ୍ଭ କରି ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍‌ଫର ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ମାଳତୀପାଟପୁରରେ ଆୟୋଜିତ ଏହି ଚାଷୀ ମହାସମାବେଶରେ ରାଜ୍ୟର ୩୧୪ ବ୍ଲକ୍‌ରୁ ଲକ୍ଷାଧିକ ଚାଷୀ ଯୋଗଦେଇଛନ୍ତି। କାଳିଆ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ହିତାଧିକାରୀ ଉପକୃତ ହେବେ। କାଳିଆ ଯୋଜନାର ଶୁଭାରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ।

 

You might also like