କାଳିଆ ଯୋଜନାକୁ ନବ ନିର୍ମାଣ କୃଷକ ସଂଗଠନର ବିରୋଧ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ କଡ଼ା ଭାଷାରେ ତାଚ୍ଛଲ୍ୟ କରିଛି ନବ ନିର୍ମାଣ କୃଷକ ସଂଗଠନ। ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ସାମାଲୋଚନା କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର।

ସେ କହିଛନ୍ତି, ପୁରୁଣା ଡ୍ରେସ୍‌କୁ ନୂଆ ପ୍ୟାକିଂ ଜରିଆରେ ଚାଷୀଙ୍କୁ ପ୍ରଲୋଭିତ କରିବାକୁ ରାଜ୍ୟ ସରକାର ଚେଷ୍ଟା କରିଛନ୍ତି। ରାଜ୍ୟରେ କୃଷକଙ୍କ ମୁଖ୍ୟ ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଛନ୍ତି ସରକାର। ଚାଷୀଙ୍କ ପ୍ରାଇସ୍, ପେନ୍‌ସନ୍ ଏବଂ କୃଷି ଋଣ ଛାଡ଼ରୁ ଖସିବା ପାଇଁ ଏପରି ବାହାନା କରାଯାଇଥିବା ଅକ୍ଷୟ କୁମାର କହିଛନ୍ତି।

କାଳିଆ ନାଁକୁ ନେଇ ରାଜନୀତି କରାଯାଉଛି। ନୂଆ ଘୋଷିତ କାଳିଆ ଯୋଜନା ବାବଦରେ ବିବାଦୀୟ ମନ୍ତ୍ରୀ ବି ବୁଝି ପାରିବେନି ବୋଲି କହି ତାଚ୍ଛଲ୍ୟ କରିଛନ୍ତି ଅକ୍ଷୟ।

ଅନ୍ୟପଟେ ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଗତ ୧୮ ବର୍ଷରେ ରାଜ୍ୟ ସରକାର ଗୋଟିଏ ବି ଜଳ ସେଚନ ପ୍ରକଳ୍ପ ଆରମ୍ଭ କରିପାରିନାହାନ୍ତି । ସେହିପରି ବିଜେପି ବି କାଳିଆ ଯୋଜନାକୁ ସମାଲୋଚନା କରିଛି। ରାଜ୍ୟ ସରକାର କୃଷି ଏବଂ ଚାଷୀଙ୍କ ପାଇଁ କେବଳ ଯୋଜନା କରିଛନ୍ତି, କିନ୍ତୁ ତାହା ଫଳପ୍ରଦ ଏବେ ଯାଏ ହୋଇନି।

You might also like