ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା
ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର। ଖାତାକୁ ଗଲା କାଳିଆ ଅନୁଦାନ ଟଙ୍କା। ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ୬୩୯.୯୪ କୋଟି ଟଙ୍କା ଯାଇଛି। କାଳିଆ ଟଙ୍କା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କାଳିଆ ଯୋଜନାରେ ୩ ବର୍ଷରେ ବ୍ୟୟ ହୋଇଛି ୬,୬୯୦ କୋଟି ଟଙ୍କା।
ଗତ ଫେବୃଆରୀ ୨୪ରେ କୃଷିମନ୍ତ୍ରୀ ବିଧାନସଭାରେ କହିଥିଲେ ଯେ, କାଳିଆରେ ବର୍ତ୍ତମାନ ସୁଦ୍ଧା ୧୦୪୦୭୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ଏବଂ ୫୬,୧୪,୭୦୭ ଜଣ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରାଯାଇଛି । କୌଣସି ହିତାଧିକାରୀ ଯେପରି DBT ଜରିଆରେ ସହାୟତା ପାଇବାରକୁ ବଞ୍ଚିତ ନହୁନ୍ତି, ସେଥିପାଇଁ କାଳିଆ ଯୋଜନାରେ ଆଧାର ଭିତ୍ତିକ ଓ ବ୍ୟାଙ୍କ ଆକାଉଣ୍ଟ ଭିତ୍ତିକ ଅର୍ଥରାଶି ପଠାଯାଉଛି।
ଏହି ଯୋଜନାରୁ ବାଦ ପଡ଼ିଯାଇଥିବା ଚାଷୀଙ୍କ ପାଇଁ ଅନଲାଇନ୍ ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯାଉଛି। ଅନିୟମିତତାକୁ ଦୃଷ୍ଟିରେ ରଖି ସେହି ଆବେଦନ ପତ୍ର ଗୁଡ଼ିକ ଆଞ୍ଚଳିକ ଓ ରାଜ୍ୟ ସ୍ତରରେ ଯାଂଚ କରାଯିବ, ଆଉ ତା’ ପରେ ପ୍ରକୃତ ହିତାଧିକାରୀ ଚୟନ କରାଯିବ ବୋଲି କୃଷିମନ୍ତ୍ରୀ ଗୃହରେ ସ୍ପଷ୍ଟ କରିଥିଲେ।