କାଳୀପୂଜା ପାଇଁ ଚଳଚଞ୍ଚଳ ମା’ ଭଦ୍ରକାଳୀଙ୍କ ପୀଠ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଆଜି ଆଲୋକର ପର୍ବ ଦୀପାବଳି। ମା’ କାଳୀଙ୍କ ପୂଜା। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ୍। ଭଦ୍ରକର ମା’ ଭଦ୍ରକାଳୀଙ୍କ ପୀଠରେ ଆଜିଠାରୁ କାଳୀ ପୂଜା ଆରମ୍ଭ ହୋଇଛି। ଏହା ୭ ଦିନ ଧରି ଚାଲିବ। ଏହି ସାତ ଦିନରେ ମା’ ଶ୍ରଦ୍ଧାଳୁଙ୍କୁ ସାତଟି ବେଶରେ ଦର୍ଶନ ଦେବେ।

କାଳୀ ପୂଜା ଅବସରରେ କଳସ ଶୋଭାଯାତ୍ରା ସାଙ୍ଗକୁ ଯଜ୍ଞ ଓ ନାମ ସଂକୀର୍ତ୍ତନ ହେବ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭାଗବତ ପାଠ ମଧ୍ୟ ଅନୁଷ୍ଠିତ ହେବ। ମା’ ଭଦ୍ରକାଳୀଙ୍କ ପୂଜାକୁ ନେଇ ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

You might also like