କଳାହାଣ୍ଡି କୋଭିଡ୍-19 ପଜିଟିଭ୍ ବ୍ୟକ୍ତିଙ୍କ ଗାଁକୁ ସିଲ୍ କଲା ପ୍ରଶାସନ

କଳାହାଣ୍ଡି: କଳାହାଣ୍ଡିରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ପରେ ସଂପୃକ୍ତ ବ୍ୟକ୍ତିଙ୍କ ଗାଁକୁ ସମ୍ପୂର୍ଣ୍ଣ ସିଲ୍ କରିଦିଆଯାଇଛି। ତାସହ ଆଖପାଖ ଗାଁକୁ ମଧ୍ୟ ସିଲ୍ କରି ଯାନବାହନ କିମ୍ବା କୌଣସି ବ୍ୟକ୍ତିଙ୍କ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।

କେବଳ ମେଡିକାଲ୍ ଇମର୍ଜେନ୍ସୀ ଥିବା ବ୍ୟକ୍ତି ହିଁ ଲୋକେ ଚଳପ୍ରଚଳ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।

ଜିଲ୍ଲାପାଳଙ୍କ ସୂଚନା ମୂତାବକ କଳାହାଣ୍ଡିରେ କରୋନା ସଂକ୍ରମିତ ବ୍ୟକ୍ତି ନିଜ ପରିବାର ସଦସ୍ୟଙ୍କ ସହ ୩୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ତେଣୁ ସମସ୍ତଙ୍କୁ କ୍ୱାରେଣ୍ଟିନରେ ରଖିବା ସହ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରି ପଠାଯାଇଛି।

ସଂପୃକ୍ତ ଯୁବକ ଜଣକ କିଛି ଦିନ ତଳେ ବାହାରିନରୁ ଫେରିଥିଲେ। ଏ ନେଇ ଗତକାଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ସଂକ୍ରମିତ ବ୍ୟକ୍ତିଙ୍କୁ କୋଭିଡ-୧୯ ହସପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। କଳାହାଣ୍ଡିର ଜଣେ ଯୁବକ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି।

You might also like