ଲୋମଶ ଶିଶୁ କାହ୍ନାର ଷ୍ଟିଚ୍ ଖୋଲାଗଲା

ବ୍ରହ୍ମପୁର: ବ୍ରହ୍ମପୁର ମେଡିକାଲ୍‌ରେ ଅପରେସନ ହୋଇଥିବା ଲୋମଶ ଶିଶୁ କାହ୍ନାର ଆଜି ଷ୍ଟିଚ୍ ଖୋଲାଯାଇଛି। ପ୍ରଥମ ପର୍ଯ୍ୟାୟ ଅପରେସନ ପରେ କାହ୍ନାର ଷ୍ଟିଚ୍ ଖୋଲାଯାଇଛି। ଅପରେସନ ପରେ କାହ୍ନା ଭଲ ଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। କିଛି ଦିନ ତଳେ ଦୀର୍ଘ ସାଢ଼େ ୫ ଘଣ୍ଟା ଧରି ବ୍ରହ୍ମପୁର ମେଡିକାଲ୍‌ରେ ଲୋମଶ ଶିଶୁ କାହ୍ନାର ପ୍ରଥମ ପର୍ଯ୍ୟୟ ଅପରେସନ୍ କରାଯାଇଥିଲା।

ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ ଗାୟଗଣ୍ଡାର ଲୋମଶ ଶିଶୁ କାହ୍ନାର ଏହି ଅସ୍ତ୍ରୋପଚାର ପରେ ସେ ନୂଆ ଚେହେରା ପାଇବ ବୋଲି ଆଶା କରାଯାଉଛି। ପୂର୍ବରୁ କାହ୍ନାର ମୁହଁରେ ଟ୍ୟୁମର ଭଳି ମାଂସ ଓହଳି ପଡ଼ିଥିଲା। ତା’ ମୁଣ୍ଡରୁ ପାଦ ଯାଏଁ ଲୋମ ମାଡ଼ିଯାଇଥିଲା। ଫଳରେ ଅସ୍ୱାଭାବିକ ଦେଖାଯାଉଥିଲା କାହ୍ନାର ମୁହଁ ଏବଂ ସାରା ଶରୀର।

You might also like