ଡିସିପି ସାଗରିକା ନାଥଙ୍କୁ ପୋଲିସ ସେବା ଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର: ସୁନ୍ଦରଗଡ଼ ଏସ୍ପି ଭାବେ ବଦଳି ହୋଇଥିବା ଟ୍ରାଫିକ୍ ଡିସିପି ସାଗରିକା ନାଥଙ୍କୁ ପୋଲିସ ସେବା ଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସାଗରିକା କହିଛନ୍ତି, ମୋ ଜୀବନର ମୋଟୋ ହେଲା କଭି ଅଲ୍‌ବିଦା ନା କହନା। ପୋଲିସ ଚାକିରି ଜୀବନରେ ବଦଳି ହେବା ସ୍ୱାଭାବିକ କଥା। ଆଜି ଏଠାରେ ତ ପୁଣି ଅନ୍ୟ କେଉଁଠି ଦେଖାହେବ। ତେବେ କମିଶନରେଟ ପୋଲିସରେ ଟ୍ରାଫିକ୍ ଡିସିପି ଦାୟିତ୍ୱ ତୁଲାଇବା ବେଳେ ବହୁତ କିଛି ଶିଖିଛି ବୋଲି ସେ କହିଛନ୍ତି।

ବିଦାୟ ଉତ୍ସବରେ ସେ ସମସ୍ତ ଉଚ୍ଚପଦସ୍ତ ଅଧିକାରୀ ଓ ପୂରା ପୋଲିସ ଟିମକୁ ଧନ୍ୟବାଦ ଦେଇଛନ୍ତି ସାଗରିକ। ଗଣମାଧ୍ୟମଠାରୁ ସେ ସଂପୂର୍ଣ୍ଣ ସହଯୋଗ ପାଇଥିବା ମଧ୍ୟ ସେ କହିଛନ୍ତି।

You might also like