• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ବାଲେଶ୍ୱର(ବିଶ୍ୱମ୍ବର ଦାସ): ଝିଅ ହେଲେ ବି କୁସ୍ତି ଖେଳରେ ପୁଅଙ୍କୁ ହରାଇ ଦେଉଛନ୍ତି। ନାଁ ତାଙ୍କର ଜ୍ୟୋତ୍ସ୍ନାରାଣୀ ଜେନା। ଉଶୁ ଖେଳରେ ରାଜ୍ୟ ତଥା ଜାତୀୟ ସ୍ତରରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ହେଲେ ପରିବାରର ଆର୍ଥିକ ସ୍ଥିତି ତାଙ୍କ ମନୋବଳକୁ ଭାଙ୍ଗି ଦେଉଛି। ଅନ୍ତର୍ଜାତୀୟ ଖେଳରେ ଭାଗ ନେବାକୁ ସୁଯୋଗ ଥିଲେ ମଧ୍ୟ ଅର୍ଥ ବାଧକ ସାଜିଛି।

ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍‌ ବଡ଼ଅତା ଗ୍ରାମର ଜ୍ୟୋତ୍ସ୍ନାରାଣୀ ଜେନା। ସେ ଉଶୁ ଖେଳରେ ପ୍ରଶିକ୍ଷଣ ନେଇ ରାଜ୍ୟ ତଥା ଜାତୀୟ ସ୍ତରରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଏବେ ଅନ୍ତର୍ଜାତୀୟ ସ୍ତରରେ ହେବାକୁ ଥିବା ପ୍ରତିଯୋଗିତା ଲାଗି ସେ ପ୍ରସ୍ତୁତ ହେଉଛନ୍ତି। ହେଲେ ପରିବାରରର ଆର୍ଥିକ ସ୍ଥିତି ଏଥିପାଇଁ ବାଧକ ସାଜିଛି।

ବାପା ସୋମନାଥ ଜଣେ ଆଇସ୍କ୍ରିମ୍ ବ୍ୟବସାୟୀ ଓ ମାଆ ଅଙ୍ଗନୱାଡ଼ି ରୋଷେୟା। ସେଥିରୁ ଯାହା ଅର୍ଥ ମିଳେ ସେଥିରେ ପରିବାର ଚଳେ। ଏହିଭଳି ସ୍ଥଳରେ ଜ୍ୟୋତ୍ସ୍ନା ନିଜର ଲକ୍ଷ୍ୟ କିଭଳି ପୂରଣ କରିବେ ସେ ନେଇ ଚିନ୍ତାରେ ଅଛନ୍ତି।

ଜଣେ ବ୍ୟକ୍ତିଙ୍କ ଠାରୁ ଉଶୁ ଖେଳ ବିଷୟରେ ଜାଣିବା ପରେ ମୟୁରଭଞ୍ଜର ବେତନଟୀ ସେଣ୍ଟରରେ ଜ୍ୟୋତ୍ସ୍ନା ଯୋଗ ଦେଇଥିଲେ। ତାଙ୍କ ଆଗ୍ରହ ଦେଖି କୋଚ୍ ବି ତାଙ୍କୁ ଟ୍ରେନିଂ ଦେଇଥିଲେ।

ପରେ ଜ୍ୟୋତ୍ସ୍ନା ରାଜ୍ୟ ତଥା ଜାତୀୟ ସ୍ତରରେ ସୂର୍ଣ୍ଣ ପଦକ ହାସଲ କଲେ। ହେଲେ ଆର୍ଥିକ ଅନଟନ ତାଙ୍କ ମନୋବଳ ଭାଙ୍ଗି ଦେଉଛି। ନୀଳଗିରି ଡିଭାଇନ ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ଜ୍ୟୋତ୍ସ୍ନାଙ୍କୁ କିଛି ଆର୍ଥିକ ସହାୟତା ଦିଆଯାଇଛି। ଅନ୍ୟପଟେ ସହକାରୀ ଜିଲ୍ଲାପାଳ ମଧ୍ୟ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି।

https://youtu.be/WhttD9yb0Cc

Jyoshanarani-life-story
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories