OHRC ସଦସ୍ୟ ଭାବେ ନିଯୁକ୍ତ ହେଲେ ଜଷ୍ଟିସ ରଘୁବୀର ଦାଶ

ଭୁବନେଶ୍ୱର : ଓଡ଼ିଶା ମାନବାଧିକାର ଆୟୋଗ ସଦସ୍ୟ ଭାବେ ନିଯୁକ୍ତ ହେଲେ ଜଷ୍ଟିସ୍‌ ରଘୁବୀର ଦାସ। ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ ରାଜ୍ୟପାଳ ଗଣେଷୀ ଲାଲ ମାନବାଧିକାର କମିଶନଙ୍କ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି।

ଏ ନେଇ ଆଜି ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ଥିବା ଜଷ୍ଟିସ ବୀରକିଶୋର ଦାସଙ୍କ କାର୍ଯ୍ୟକାଳ ଗତ ଅଗଷ୍ଟ ୧୫ ତାରିଖରୁ ଶେଷ ହୋଇଥିବା ବେଳେ ଆୟୋଗ ଅଧ୍ୟକ୍ଷ ଓ ସଦସ୍ୟ ପଦ ଏ ଯାଏଁ ଖାଲି ପଡ଼ିଥିଲା। ତେବେ ଉଭୟ ପଦବୀକୁ ଶୀଘ୍ର ପୂରଣ କରିବା ଲାଗି ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ନାଁ ସୁପାରିସ କରାଯାଇଥିଲା।

You might also like