ଷଷ୍ଠ ପର୍ଯାୟରେ ଚିଟ୍‌ଫଣ୍ଡ କମ୍ପାନୀଙ୍କୁ ନୋଟିସ୍

ଭୁବନେଶ୍ୱର: ଚିଟ୍‌ଫଣ୍ଡ କେଳେଙ୍କାରୀର ତଦନ୍ତ କରୁଥିବା ଜଷ୍ଟିସ୍ ଏମ୍.ଏମ୍. ଦାସ କମିଶନ ଷଷ୍ଠ ପର୍ଯାୟରେ ଚିଟ୍‌ଫଣ୍ଡ କମ୍ପାନୀ ମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ପ୍ରାରମ୍ଭିକ ଭାବେ ସିସୋର୍‌ ଓ ଅର୍ଥତତ୍ତ୍ୱ ଗ୍ରୁପ୍‌କୁ କମିଶନ ନୋଟିସ୍ କରିଛନ୍ତି। ଆସନ୍ତା ଅଗଷ୍ଟ ୨୭ ତାରିଖରେ ସିସୋର୍‌ ଏବଂ ୨୮ରେ ଅର୍ଥତତ୍ତ୍ୱ ଗ୍ରୁପ୍‌କୁ ହାଜର ପାଇଁ ନୋଟିସ୍ ହୋଇଛି।

କମ୍ପାନୀ କର୍ତ୍ତୃପକ୍ଷ ହାଜର ହେବା ପରେ ସମ୍ପୃକ୍ତ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ପରେ ଅନ୍ୟ କମ୍ପାନୀ ଗୁଡ଼ିକୁ କମିଶନ ପର୍ଯ୍ୟାୟକ୍ରମେ ହାଜର ହେବାକୁ ନୋଟିସ୍ ଜାରି କରିବେ ବୋଲି କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

You might also like