ବଦଳିବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ: ଜଷ୍ଟିସ କେ.ଏସ୍. ଜାଭେରୀ ହେବେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟ କଲେଜିୟମ, ଜଷ୍ଟିସ ଜାଭେରୀଙ୍କ ନାଁ ଚୟନ କରିଛନ୍ତି। ଜଷ୍ଟିସ ଜାଭେରୀ ଏବେ ରାଜସ୍ଥାନ ହାଇକୋର୍ଟରେ ବିଚାରପତି ଅଛନ୍ତି। ସେ ବର୍ତ୍ତମାନର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣଙ୍କ ସ୍ଥାନ ନେବେ। ସୁପ୍ରିମକୋର୍ଟ ବିଚାରପତି ଭାବେ ଜଷ୍ଟିସ ଶରଣଙ୍କ ପଦୋନ୍ନତି ହୋଇଛି। ଗତ ୧୬ ତାରିଖରେ ଶରଣଙ୍କ ପଦୋନ୍ନତି କରିଛନ୍ତି କଲେଜିୟମ।