ଅାସନ୍ତାକାଲି ଶପଥ ନେବେ ଓଡ଼ିଶା ହାଇକୋର୍ଟର ନୂଅା ମୁଖ୍ୟ ବିଚାରପତି

ଭୁବନେଶ୍ୱର : ଅାସନ୍ତାକାଲି ଶପଥ ଗ୍ରହଣ କରିବେ ଓଡ଼ିଶା ହାଇକୋର୍ଟର ନୂଅା ମୁଖ୍ୟ ବିଚାରପତି ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ। ତା’ ପୂର୍ବରୁ ଜଷ୍ଟିସ ଜାଭେରୀ ଅାଜି ସପରିବାର ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି।

ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ୍ ବିନୀତ ଶରଣଙ୍କ ପଦୋନ୍ନତି ପରେ ଗତ ୪ ତାରିଖରେ ଜଷ୍ଟିସ ଜାଭେରୀଙ୍କୁ ଓଡ଼ିଶା ହାଇକୋର୍ଟର ନୂଅା ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ଅାଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜଷ୍ଟିସ ଜଭେରୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅାସନ୍ତାକାଲି ଶପଥ ପାଠ କରାଇବାର କାର୍ଯ୍ୟକ୍ରମ ରହିଛି।

 

You might also like