ଭିଜିଲାନ୍ସ ଜାଲରେ ଜୁନିୟର ମ୍ୟାନେଜର

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ କପ୍ତିପଦା ବିଦ୍ୟୁତ ବିଭାଗର ଜୁନିୟର ମ୍ୟାନେଜର ଅଶ୍ୱିନୀ କୁମାର ଦାସ। ୧୩ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଅଶ୍ୱିନୀ ଦାସ।

କପ୍ତିପଦା କାର୍ଯ୍ୟାଳୟରେ ଏକ ଭଡ଼ା ଗାଡି ଲାଗିଥିଲା। ଏହି ଗାଡ଼ିର ମାଲିକ ଶିଶିର କୁମାର ନାୟକଙ୍କର ବକେୟା ବିଲ୍ କରିଦେବା ପାଇଁ ସେ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି।

ଗାଡ଼ି ମାଲିକ ବାରମ୍ବାର ଜୁନିୟର ମ୍ୟାନେଜରଙ୍କୁ ବକେୟା ଟଙ୍କା କହୁଥିବା ବେଳେ ଟଙ୍କା ନଦେଲେ ବିଲ ହେବ ନାହିଁ ବୋଲି କହିଥିଲେ ଅଶ୍ୱିନୀ। ତେବେ ସେ ଏନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଆଜି ବାଲେଶ୍ୱର ଭିଜିଲାନ୍ସ ଟିମ୍ ଲାଞ୍ଚ ନେଲା ବେଳେ ଚଢ଼ାଉ କରି ତାଙ୍କୁ ଧରିବା ସହିତ ଲାଞ୍ଚ ଟଙ୍କା ଜବତ କରିଛନ୍ତି।

You might also like