‘ଜୁନ୍ ଘାଟି ପାରିହେଲେ ଟଳିବ ବିପଦ’

ଭୁବନେଶ୍ୱର: ଜୁନ୍ ମାସ ହିଁ ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ। ଏଇ ଘାଟି ପାରିହେଲେ ବିପଦ ଟଳିବ। ଆଜି ଏପରି କଥା କହି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି କୋଭିଡ୍ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଓଡ଼ିଶାରେ ବି ଉଦବେଗଜନକ ହେବାରେ ଲାଗିଛି କରୋନା ସ୍ଥିତି। ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୧୭୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଉ ସେ ଭିତରୁ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୨୩ ଜଣ। ଯାହାକୁ ନେଇ ଚିନ୍ତା ବଢ଼ିଛି।

ମାତ୍ର କେଇ ଦିନରେ ଇଟାଲିକୁ ଟପି ସଂକ୍ରମଣରେ ଷଷ୍ଠସ୍ଥାନ ମାଡ଼ି ବସିଲାଣି ଭାରତ। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୬ ହଜାର ଡେଇଁ ଯାଇଥିଲା ବେଳେ ସେଭିତରୁ ପ୍ରାଣ ହରାଇଲେଣି ୬ ହଜାର ୬୪୦ରୁ ଅଧିକ ଓଡ଼ିଶାରେ ବି ଉଦବେଗଜନକ ହେବାରେ ଲାଗିଛି ସ୍ଥିତି।

ଗତ ୨୪ ଘଣ୍ଟାରେ ସର୍ବାଧିକ ୧୭୩ ପଜିଟିଭ୍ ଚିହ୍ନଟ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୭୮୦ ଟପିଛି। ଆକ୍ରାନ୍ତଙ୍କ ଭିତରୁ ଆଜି ପୁଣି ୨୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ଏବଂ ଜୁନ୍ ପହିଲାରୁ ଆଜିଯାଏ କ୍ୱାରେଣ୍ଟିନ୍ ସେଣ୍ଟର ବାହାରେ ୮୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଚିନ୍ତା ବଢ଼ାଇ ଦେଇଛି।

ହେଲେ ରାଜଧାନୀ ଭୁବନେଶ୍ୱରରେ ସ୍ଥାନୀୟ ସଂକ୍ରମଣକୁ ନେଇ ସବୁଠୁ ଅଧିକ ଚିନ୍ତା କାରଣ। କାଲି ଗୋଟିଏ ଦିନରେ ଏଠାରୁ ୧୩ ଜଣ ଚିହ୍ନଟ ହୋଇଥିଲା ବେଳେ ସେଭିତରୁ ସ୍ଥାନୀୟ ସଂକ୍ରମିତ ଥିଲେ ୬।

ଆଉ ସବୁଠୁ ବଡ଼ ଚିନ୍ତା ରାଜ୍ୟର ସବୁଠୁ ବଡ଼ ବସ୍ତି ସାଲିଆସାହିକୁ ନେଇ ମୁମ୍ବାଇର ଧରାବୀ ଭଳି ଜନସଂଖ୍ୟାରେ ଅଧିକ ଘନତ୍ୱ ଥିବା ଏଇ ବସ୍ତିରେ ପ୍ରସବକାଳୀନ ରକ୍ତ ନମୁନା ପରୀକ୍ଷଣରୁ ଜଣେ ମହିଳାଙ୍କ ଠାରେ କରୋନା ପଜିଟିଭ୍ ମିଳିଛି।

ବିଏମସିର କହିବା କଥା ଘଟଣା ପରଠୁ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଆଖାପାଖରେ ୩୫ ପରିବାରକୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲକ୍ଷଣବିହୀନ ମାମଲା ଥିବାରୁ ଗୋଷ୍ଠୀ ସଂକ୍ରମଣ ନେଇ ଭୟଭୀତ ହେବାର କାରଣ ନାହିଁ।

ଏପଟେ କଟକ ସହରର ଦେଉଳ ସାହି ଓ ସିଦ୍ଧେଶ୍ୱର ସାହିରୁ ଲୋକାଲ୍ କେଶ୍ ବାହାରିବା ପରେ ସେମାନଙ୍କ ସଂପର୍କରେ ଥିବା ଏକାଧିକ ବ୍ୟକ୍ତିଙ୍କ ସ୍ୱାବ ନମୁନା ଟେଷ୍ଟ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଲୋକାଲ୍ କେଶ୍ ବଢ଼ିବା ସହ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ବଢୁଥିଲା ବେଳେ ଆଗାମୀ ଦିନରେ ରାଜ୍ୟରେ କରୋନା ଲଢ଼େଇ କେଉଁ ମୋଡ଼ ନେଉଛି ତା ଉପରେ ନଜର।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like