ମହିଳାଙ୍କୁ ଦଳିଦେଲା ହାତୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଭୋଇମୁଣ୍ଡାରେ ହାତୀ ଆତଙ୍କ ଦେଖାଯାଇଛି।

ଜଣେ ମହିଳାଙ୍କୁ ହାତୀ ଦଳି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଆଜି ଭୋରରେ ଗୋଟିଏ ହାତୀ ଗାଁକୁ ପଶି ଆସିଥିଲା। ତେବେ ମହିଳା ଜଣଙ୍କ ହାତୀ ସମ୍ମୁଖରେ ପଡ଼ି ଯିବା ପରେ ହାତୀଟି ତାଙ୍କୁ ଦଳି ଦେଇଥିଲା।

ଘଟଣାସ୍ଥଳରେ ପୁଲିସ୍ ଓ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

You might also like