ଜୁଲାଇକୁ ସାବଧାନ ! ୧୦ ଦିନରେ ପୁଣି ୧୦ ହଜାର ବଢିପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର:  ଜୁଲାଇରେ ବଢ଼ିଚାଲିଛି ମହାମାରୀ କରୋନାର ଯନ୍ତ୍ରଣା। ଡେଞ୍ଜର ଜୁଲାଇରେ ଆଜି ସୁଦ୍ଧା ଅର୍ଥାତ ଗତ ୨୦ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଟପିଛି । କେବଳ ଜୁଲାଇ ମାସରେ ୧୧ ହଜାର ୪୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୩ ହଜାର ୪୯୩ରେ ପହଞ୍ଚିଛି। ଅର୍ଥାତ ୩୧ ପ୍ରତିଶତ ହେଉଛନ୍ତି ଲୋକାଲ୍ କଣ୍ଟାକ୍ଟ ବା ସ୍ଥାନୀୟ ସଂକ୍ରମିତ।

କେବଳ ସେତିକି ନୁହଁ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୯୭ ଜଣଙ୍କ ମୃତ୍ୟୁରୁ କେବଳ ଜୁଲାଇ ମାସରେ ହିଁ ଗଲାଣି ୭୨ ଜୀବନ।  ମାସ ସରିବାକୁ ଆଗକୁ ଆହୁରି ୧୦ ଦିନ ବାକି ରହିଛି। ତେଣୁ ଏଭଳି ଯଦି ସଂକ୍ରମଣ ଏବଂ ମୃତ୍ୟୁ ହାର ଜାରି ରହେ, ତେବେ ସ୍ଥିତି ସଂଗୀନ ହୋଇପାର ସ୍ଥିତି। କେବଳ ଜୁଲାଇରେ ହିଁ ଆଉ ୧୦ ହଜାର ଆକ୍ରାନ୍ତ ହୋଇପାରନ୍ତି ବୋଲି ଆଶଙ୍କା କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ।

ସେହିପରି ଏହି ସମୟ ମଧ୍ୟରେ  ଆଉ ୫୦ ଜଣଙ୍କ ମୃତ୍ୟୁ ନେଇ ମଧ୍ୟ ସେ ଆଶଙ୍କା କରିଛନ୍ତି । ତେବେ ଟେଷ୍ଟିଂ ଅଧିକ ସଂଖ୍ୟାରେ ହେଉଥିବାରୁ ରୋଗୀ ସଂଖ୍ୟା ବଢ଼ୁଛି। ଏଥିରେ ବିଚଳିତ ହେବାର କାରଣ ନାହିଁ। କାରଣ ସୁସ୍ଥ ହେବା ଲାଗି ଏବେ ଅନ୍ୟ ବିକଳ୍ପ ଭାବେ ପ୍ଲାଜମା ଥେରାପି ପ୍ରୟୋଗ ହେଉଥିବାରୁ ଏହା ଆଶ୍ୱସ୍ତିକର ବିଷୟ ବୋଲି କହିଛନ୍ତି ବୈଷୟିକ ମୁଖପାତ୍ର ଜୟନ୍ତ ପଣ୍ଡା ।

ଅନ୍ୟପକ୍ଷେ ପ୍ଲାଜ୍‌ମା ଥେରାପି ସଫଳ ହେବା ପରେ  କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତମାନେ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି । ଏହା ଦ୍ୱାରା ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

ଓଡ଼ିଶାରେ ୬୭୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଗତକାଲି ମଧ୍ୟ ୭୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିମଧ୍ୟରୁ ୪୮୧ ଜଣ କ୍ୱାରେଣ୍ଟିନ୍‌ ସେଣ୍ଟରର ହୋଇଥିବାବେଳେ  ଲୋକାଲ୍ କେସ ଥିଲା ୨୫୫। 

 

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like