ହକିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜୁଏଲ

ସୁନ୍ଦରଗଡ଼: ସାଂସଦ ଜୁଏଲ ଓରାମ ସୁନ୍ଦରଗଡ଼ରେ ହକିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ସରକାର ହକିର ବିକାଶ ପାଇଁ ଘରୋଇ କରଣ କରିବାକୁ ଚାହୁଁଛନ୍ତି ।

ଏଥିପାଇଁ ଘରୋଇ ଉଦ୍ୟୋଗୀମାନେ କିଛି ପ୍ରସ୍ତାବ ଦେଇଛନ୍ତି । ଯାହା ହକିର ବିକାଶ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରିବ। ଏଥିସହ ଉନ୍ନତ ମାନର ତାଲିମ ଯୋଗାଇବା ଆଳରେ ସୁନ୍ଦରଗଡ଼ରେ ଥିବା କ୍ରୀଡ଼ା ଉତ୍କର୍ଷ କେନ୍ଦ୍ରକୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।  ଏହା ଫଳରେ ହକି ଛାତ୍ରାବାସର ପ୍ରଦର୍ଶନରେ ଅବନତି ଘଟିଛି।

ତେଣୁ ହକିର ବିକାଶ ପାଇଁ ସୁନ୍ଦରଗଡ଼ରେ ଏକ ତାଲିମ କେନ୍ଦ୍ର ଖୋଳିବା ପାଇଁ ଜୁଏଲ ଓରାମ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।  ସେପଟେ ୨୦୧୪ ପୂର୍ବରୁ ସୁନ୍ଦରଗଡ଼ରେ ଥିବା ହକିଖେଳର ସୁବିଧା ସୁଯୋଗ ଯୋଗାଇଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

You might also like