ଓଡ଼ିଶାରେ ୧ ଲକ୍ଷ କୋଟି ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ
ଭୁବନେଶ୍ୱର: ଓଡ଼ିଶାରେ ୧ ଲକ୍ଷ କୋଟି ପୁଞ୍ଜି ନିବେଶ କରିବ JSW। ଆସନ୍ତା ୧୦ ବର୍ଷ ମଧ୍ୟରେ କମ୍ପାନୀ ଏହି ନିବେଶ କରିବାକୁ ଯୋଜନା କରିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ JSW ମୁଖ୍ୟ ସଜ୍ଜନ ଜିନ୍ଦଲଙ୍କ ମଧ୍ୟରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ହୋଇଛି।
Spoke to noted industrialist @sajjanjindal and discussed about the progress of @jswsteel’s Integrated Steel Project in Jagatsinghpur and other projects. Stressed on maximum value addition within #Odisha to create jobs for our youths & accelerate revenue generation. #MakeInOdisha pic.twitter.com/eGl687PzWY
— Naveen Patnaik (@Naveen_Odisha) August 24, 2020
ଆଲୋଚନା ବେଳେ କମ୍ପାନୀ ଜଗତସିଂହପୁର ଜିଲ୍ଲାର ଜଟାଧାରରେ ବାର୍ଷିକ ୧୨ ମେଟ୍ରିକ୍ ସମନ୍ୱିତ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଯାଉଥିବା ପ୍ରସଙ୍ଗ ସ୍ଥାନ ପାଇଛି। ଏହି ପ୍ରକଳ୍ପ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସେହିଭଳି IIM ସମ୍ବଲପୁରରେ JSW ସେଣ୍ଟର ଫର ଡେଭଲପମେଣ୍ଟ୍ ଷ୍ଟଡିଜ ପ୍ରତିଷ୍ଠା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।