ଇରାନ୍‌ରେ ଫସିଛନ୍ତି ଓଡ଼ିଶାର ଯୁବକ, ଉଦ୍ଧାର ପାଇଁ ହସ୍ତକ୍ଷେପ କଲେ ବୈଜୟନ୍ତ

କଟକ: ଇରାନରେ କରୋନାର ଭୟାବହତା ବୃଦ୍ଧି ପାଉଥିବାବେଳେ ସେଠାରେ ଫସି ରହିଛନ୍ତି ଜଣେ ଓଡ଼ିଶାର ଜଣେ ଯୁବକ। ତାଙ୍କ ନାଁ  ସୟଦ ମୁଜଫିର୍ ରେହମାନ୍ ଓ ଘର କଟକ ନିମଚୌଡ଼ି ଅଞ୍ଚଳରେ। ତାଙ୍କୁ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିବା ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି। ଏ ନେଇଳ ସେ ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଜଣାଇଥିଲେ। ପରିବାର ଲୋକଙ୍କଠାରୁ ଜାଣିବା ପରେ ରେହମାନଙ୍କୁ ତୁରନ୍ତ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଇରାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ ଲାଗି ଚିଠି ଲେଖିଛନ୍ତି ବୈଜୟନ୍ତ ।

ରେହମାନ ଏକ ଘରୋଇ ନୌପରିବହନ କମ୍ପାନୀରେ ଯୋଗ ଦେବାପାଇଁ ଗତ ସେପ୍ଟମ୍ବର୨୮  ତାରିଖରେ ମୁମ୍ବଇରୁ ଇରାନ ଯାଇଥିଲେ। ସେଠାରେ ସେ ଏକ ଜାହାଜରେ କାମ କରୁଥିଲେ। ହେଲେ କିଛି ଦିନ ହେଲା ତାଙ୍କ ସହ ପରିବାର ଲୋକଙ୍କର କୌଣସି ଯୋଗାଯଗ ହୋଇ ପାରୁନାହିଁ।

ଇରାନରେ କରୋନା କାୟା ମେଲାଉଥିବାବେଳେ ରେହମାନଙ୍କ ସହ ଯୋଗାଯୋଗ କରି ନ ପାରି ପରିବାର ଲୋକଙ୍କ ଆଖିରୁ ନିଦ ହଜି ଯାଇଛି। ତାଙ୍କୁ ତୁରନ୍ତ ଫେରାଇ ଆଣିବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି।

 

You might also like