କୁଏତରୁ ଓଡ଼ିଆ ଯୁବକଙ୍କ ମୃତଦେହ ଆଣିବା ପାଇଁ ସହାୟତାର ହାତ ବଢାଇଲେ ବୈଜୟନ୍ତ

ଭୁବନେଶ୍ୱର: କୁଏତରେ ମୃତ୍ୟୁ ଘଟିଥିବା ଜଣେ ଓଡ଼ିଆଙ୍କ ମରଶରୀର ଓଡ଼ିଶା ଆଣିବା ପାଇଁ ସହାୟତାର ହାତ ବଢାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳର ଓଡ଼ିଆ ଯୁବକ ସୁବାସ ଚନ୍ଦ୍ର ବେହେରା। କୁଏତ୍‌ରେ ତାଙ୍କର ମୃତ୍ୟୁ ଘଟିଛି। ହେଲେ ମରଶରୀର ଭାରତ ଆଣିବା ପାଇଁ ପରିବାର ଲୋକେ ଚେଷ୍ଟା କରି ଆଣି ପାରୁନାହାନ୍ତି।

ଏପରି ସ୍ଥିତିରେ ସହଯୋଗର ହାତ ବଢାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ତାଙ୍କର ମରଶରୀର ଭାରତ ଫେରାଇ ଆଣିବାକୁ କୁଏତ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରବା ଲାଗି ଚିଠି ଲେଖି ନିବେଦନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବାଲିଆଯୋଡ଼ି ଗାଁର ଉତ୍ତମ ଚରଣ ବେହେରାଙ୍କ ପୁଅ ସୁବାସ କାମ ଅନ୍ୱେଷଣରେ କୁଏତ୍‌ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ତାଙ୍କର  ଗତ ୨୭ ତାରିଖରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ତାଙ୍କର ଜଣେ ସହକର୍ମୀଙ୍କଠାରୁ ଏହି ଖବର ପାଇ ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ।

କମ୍ପାନୀ କର୍ତ୍ତୃପକ୍ଷ ମୃତ୍ୟୁର ପ୍ରକୃତ କାରଣ ଜଣାଉନଥିବାବେଳେ ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନଥିବା କହିଛନ୍ତି ପରିବାର ଲୋକେ। ଏ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାକୁ ପରିବାର ଲୋକେ ଅନୁରୋଧ କରିବା ପରେ ସେ କୁଏତରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ନିକଟକୁ ଚିଠି ଲେଖିଛନ୍ତି ।

ମୃତଦେହ ଫେରାଇ ଆଣିବା ସହ ଆବଶ୍ୟକ ଅନୁକମ୍ପା ସହାୟତା ଅର୍ଥ ପ୍ରଦାନ କରିବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି ।

ଆହୁରି ପଢ଼ନ୍ତୁ

ରାଜ୍ୟସଭାରେ କୃଷି ବିଲକୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

You might also like