କରୋନାରେ ଚାଲିଗଲା ପୁଣି ଜଣେ ଯୁବ ସାମ୍ବାଦିକଙ୍କ ଜୀବନ

ବ୍ରହ୍ମପୁର: କରୋନା କାଳରେ ପୁଣି ଆସିଛି ଏକ ଦୁଃଖଦ ଖବର । କରୋନାରେ ଆଜି ପୁଣି ଜଣେ ଯୁବ ସାମ୍ବାଦିକ ଆଖି ବୁଜିଛନ୍ତି । ସେ ହେଉଛନ୍ତି ବ୍ରହ୍ମପୁରର ପ୍ରଦୀପ କିଶୋର ସାହୁ । ପ୍ରଦୀପ ଦୈନିକ ସମ୍ବାଦ ଖବର କାଗଜର ଗଞ୍ଜାମ ଜିଲ୍ଲା ପ୍ରତିନିଧି ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିଲା ।

ପ୍ରଦୀପ ଗତ କିଛି ଦିନ ତଳେ କୋଭିଡ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ୧୫ ଦିନ ତଳେ ବ୍ରହ୍ମପୁର ଅଶ୍‌:ିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିଛିଦିନ ତଳେ ତାଙ୍କର ଅବସ୍ଥା ଗୁୁରୁତର ଥିଲା । ଆଜି ତାଙ୍କର ମୃତ୍ୟୁ ଘଟିଛି । ପ୍ରଦୀପଙ୍କ ମୃତ୍ୟୁ ପରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

ସୂଚନାଥାଉ କି, ଏପ୍ରିଲ୍‌ରେ ସାରାଦେଶର କିଛି ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ସାମ୍ବାଦିକଙ୍କ ସହ ୧୨୫ରୁ ଅଧିକ ସାମ୍ବାଦିକ କୋଭିଡରେ ପ୍ରାଣ ହରାଇଲେଣି । ଏଠି କହିରଖିବୁ, କେବଳ ବ୍ରହ୍ମପୁରରୁ କରୋନାରେ ମାସକ ଭିତରେ ୪ ଗଣମାଧ୍ୟମ ପ୍ରତିନିଧିଙ୍କ ଜୀବନ ଯାଇଛି । ସେମାନେ ହେଲେ ମନୋଜ କୁମାର ସାହୁ, ଗୋବିନ୍ଦ ବେହେରା, କରୁଣାକର ସାହୁ ଓ ନରେଶ ବେହେରା ।

You might also like