ବିଧାନସଭା ଶୂନ୍ୟକାଳରେ ଉଠିଲା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ

ଭୁବନେଶ୍ୱର: ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ବିଧାନସଭା ହୁଲ୍‌ସ୍ତୁଲ୍‌। ବିଧାନସଭାରେ ଆଜି ବିରୋଧୀ ଦଳ ସଦସ୍ୟଙ୍କ ହଙ୍ଗାମା ପରେ ଗୃହକୁ ୩ଟା ଯାଏ ବାଚସ୍ପତି ମୁଲତବି ରଖିଛନ୍ତି। ଶୂନ୍ୟକାଳରେ ଗୃହରେ ବିରୋଧୀ ଏହି ପ୍ରସଙ୍ଗ ଉଠାଇଥିଲେ।

କେନ୍ଦ୍ରାପଡ଼ାରେ ସାମ୍ବାଦିକଙ୍କୁ ଏସ୍‌ପି ଯେମିତି ମାଡ଼ ମାରିବାକୁ ଉଦ୍ୟମ କରିଥିଲେ, ତାହା ଚତୁର୍ଥ ସ୍ତମ୍ଭ ପ୍ରତି ଅପମାନ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି। ଏସ୍‌ପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ନଚେତ ତାଙ୍କୁ ନିଲମ୍ବନ କରାଯାଉ ବୋଲି ବାଚସ୍ପତିଙ୍କ ନିକଟରେ ସେ ଦାବି କରିଥିଲେ।

ଏହି ପ୍ରସଙ୍ଗକୁ ନେଇ ଏସ୍‌ପିଙ୍କ ନିଲମ୍ବନ ଦାବି କରି ବିରୋଧୀ ଗୃହରେ ହୋହାଲ୍ଲା କରିଥିଲେ। ବାଚସ୍ପତିଙ୍କ ରୁଲିଂ ମଧ୍ୟ ଦାବି କରିଥିଲେ। ବାଚସ୍ପତି ରୁଲିଂ ନ ଦେବାରୁ ଗୃହର ମଧ୍ୟଭାଗରେ ବିଜେପି ବିଧାୟକମାନେ ଧାରଣା ଦେଇଥିଲେ।

ଅନ୍ୟପକ୍ଷରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ହାତ ଉଠାଇବା ଘଟଣାକୁ ବିରୋଧ କରି କେନ୍ଦ୍ରାପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସାମ୍ବାଦିକ ମାନେ କଳାବ୍ୟାଜ୍ ପିନ୍ଧି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ନାରାବାଜି କରିଛନ୍ତି। ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

You might also like