ଅସୁସ୍ଥ ଅଭିଜିତ୍ ଅାୟର

ପେଟ ଯନ୍ତ୍ରଣା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଅଭିଜିତ୍ ଅାୟର ଭର୍ତ୍ତି

ଭୁବନେଶ୍ୱର : ଅସୁସ୍ଥ ଅଭିଜିତ୍ ଅାୟର। ପେଟ ଯନ୍ତ୍ରଣା ହେବାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଅଭିଜିତ୍ ଅାୟରଙ୍କୁ ଭର୍ତ୍ତି କରାଯାଇଛି। କ୍ୟାବିନରେ ରଖି ଚିକିତ୍ସା ଚାଲିଛି। ଏଥିପାଇଁ କଡ଼ା ସୁରକ୍ଷା ଭିତରେ ଅଭିଜିତଙ୍କୁ ଝାରପଡା ଜେଲ୍‌ରୁ ହସ୍ପିଟାଲକୁ ଅଣାଯାଇଥିଲା। ଓଡ଼ିଶାର ଐତିହ୍ୟ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି ଅଭିଜିତ୍ ଅାୟର।

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଜିତ ଅାୟାରଙ୍କୁ ନେଇ ଟ୍ୱିଟ୍ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଭୁଲ ପାଇଁ କ୍ଷମା ମାଗିବା ସତ୍ତ୍ୱେ ୫ ସପ୍ତାହରୁ ଅଧିକ ସମୟ ଧରି ଜେଲ୍‌ରେ ରହିଲେଣି। ତାଙ୍କୁ ବିଧାନସଭା ଗୃହ କମିଟି ମଧ୍ୟ କ୍ଷମା କରି ସାରିଛି।

ଜେଲ୍ ଯିବା ମାତ୍ରେ ବଡ଼ ଅପରାଧୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବା ବେଳେ ଅଭିଜିତଙ୍କ କ୍ଷେତ୍ରରେ କାହିଁକି ଅଲଗା ବୋଲି ବୈଜୟନ୍ତ ଟୁଇଟ୍ କରିଛନ୍ତି। ଏହାର ଅାତ୍ମସମୀକ୍ଷା କରିବାକୁ ସେ ଟୁଇଟ୍ କରିଛନ୍ତି।

 

 

You might also like