ଢେଙ୍କାନାଳ: ଆଜିଠୁ ଢେଙ୍କାନାଳରେ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା। ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ।
ମହିମା ସମାଜ ପକ୍ଷରୁ ଏନେଇ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାଘ ଚତୁର୍ଦ୍ଦଶୀ, ଗୁରୁ ପୂର୍ଣ୍ଣିମା ଓ ବାବା ପୂର୍ଣ୍ଣିମା ଭାବେ ଏହି ମେଳା ପାଳିତ ହେବ। ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଚଳିତବର୍ଷ ୩ ଦିନ ଧରି ଝାଡ଼ ଦ୍ୱୀପ ପ୍ରଜ୍ଜ୍ୱଳନ କରାଯିବ।
ଶ୍ରଦ୍ଧାଳୁଙ୍କ ପାଇଁ ରାସ୍ତାଘାଟ, ପାଣି, ଆଲୋକ ଏବଂ ଆଶ୍ରୟସ୍ଥଳୀର ବନ୍ଦୋବସ୍ତ କରାଯାଇଛି।